ପୁଲିସର ଚକ୍ରବ୍ୟୂହରେ ଫସିଗଲେ ଡକାୟତ ଗ୍ୟାଙ୍ଗ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଡକାୟତି କରି ଛୁ’ ମାରୁଥିବା ବେଳେ ପୁଲିସ ଓ ଗାଁ ଲୋକଙ୍କ ଚକ୍ରବ୍ୟୂହରେ ଫସିଗଲେ ଡକାୟତ ଗ୍ୟାଙ୍ଗ। ଶେଷରେ କିଛି ଉପାୟ ନପାଇ ଆତ୍ମସମର୍ପଣ କଲେ। ଆଜି ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଘଟିଛି।  ଆତ୍ମସମର୍ପଣ କରିଥିବା ଡକାୟତମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। କୁସଙ୍ଗ ଗାଁର ଜ୍ୟୋତିରଞ୍ଜନ ଓ ଜନ ରଞ୍ଜନ ନାୟକ ଦୁଇ ଭାଇ। ଏମାନଙ୍କର ଝାରମୁଣ୍ଡା ଗାଁରେ ଗୋଟିଏ ଜନସେବା କେନ୍ଦ୍ର ରହିଛି। […]

bolangir

Manoranjan Sial
  • Published: Saturday, 16 January 2021
  • , Updated: 16 January 2021, 03:53 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଡକାୟତି କରି ଛୁ’ ମାରୁଥିବା ବେଳେ ପୁଲିସ ଓ ଗାଁ ଲୋକଙ୍କ ଚକ୍ରବ୍ୟୂହରେ ଫସିଗଲେ ଡକାୟତ ଗ୍ୟାଙ୍ଗ। ଶେଷରେ କିଛି ଉପାୟ ନପାଇ ଆତ୍ମସମର୍ପଣ କଲେ। ଆଜି ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଘଟିଛି।  ଆତ୍ମସମର୍ପଣ କରିଥିବା ଡକାୟତମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

କୁସଙ୍ଗ ଗାଁର ଜ୍ୟୋତିରଞ୍ଜନ ଓ ଜନ ରଞ୍ଜନ ନାୟକ ଦୁଇ ଭାଇ। ଏମାନଙ୍କର ଝାରମୁଣ୍ଡା ଗାଁରେ ଗୋଟିଏ ଜନସେବା କେନ୍ଦ୍ର ରହିଛି। ଶନିବାର ଦୁଇ ଭାଇ ଏକ ବାଇକ୍‌ରେ ଯାଉଥିଲେ। ଆମ୍ୱାପାଲି ଛକ ନିକଟରେ ୨ଟି ବାଇକ୍‌ରେ ୫ ଜଣ ଡକାୟତ ଆସି ଦୁଇ ଭାଇଙ୍କୁ ଧକ୍କା ଦେଇଥିଲେ। ଫଳରେ ଦୁଇ ଭାଇ ତଳେ ପଡ଼ି ଯାଇଥିଲେ। ପରେ ଡକାୟତମାନେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଲ୍ୟାପ୍‌ଟପ୍‌ ଲୁଟି ନେଇଥିଲେ।

ଦୁଇ ଭାଇ ଏ ସମ୍ପର୍କରେ ଲୋଇସିଂହା ପୁଲିସ ଜାଣିପାରିଥିଲେ। ପୁଲିସ ସଙ୍ଗେ ସଙ୍ଗେ ଡାକାୟତମାନଙ୍କୁ ଗୋଡାଇ ଥିଲା। ଡକାୟତମାନେ ଜାଣିପାରି କୁଟାସିଂହା ନିକଟରେ ଥିବା ଜଙ୍ଗଲ ଭିତରେ ପଶି ଯାଇଥିଲେ। ପରେ ପୁଲିସ ଉପରକୁ ଗୁଳି ଚଳାଇ ଥିଲେ। ପୁଲିସ ଓ କୁଟାସିଂହା ଗାଁ ଲୋକମାନେ ଡକାୟତମାନଙ୍କୁ ଘେରାବନ୍ଦୀ କରି କାବୁ କରିବାକୁ ଉଦ୍ୟମ କରିଥିଲେ। ଡକାୟତମାନେ କିଛି ଉପାୟ ନପାଇ ପିସ୍ତଳ ଫିଙ୍ଗି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଦୁଇ ଜଣ ଡକାୟତ ଫେରାର ମାରିଥିବା ବେଳେ ୩ ଜଣଙ୍କୁ କାବୁ କରି ଲୋଇସିଂହା ଥାନାରେ ଅଟକ ରଖିଛି ପୁଲିସ।

 

Related story