ଭିନ୍ନକ୍ଷମ ସେବା କେନ୍ଦ୍ରର ମହିଳା କେୟାରଟେକରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ସହର ଉପକଣ୍ଠ ପଥରପଚେପା ନିକଟ ବିସି ଜେନା ସ୍ମାରକୀ ଭିନ୍ନକ୍ଷମ ସେବା କେନ୍ଦ୍ରର ମହିଳା କେୟାରଟେକରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ କେୟାରଟେକରଙ୍କ ଘର ଲୋଇସିଂହା ବ୍ଲକ ବୁରୋଭାଡ଼ି ଗାଁରେ। ତାଙ୍କ ମୃତଦେହ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। କେଉଁ ପରିସ୍ଥିତିରେ ଏଭଳି  ଘଟଣା ଘଟିଲା ସେ ନେଇ ବଲାଙ୍ଗିର ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ସେବାକେନ୍ଦ୍ରର ପ୍ରତିଷ୍ଠାତା ବିଭୁତି ଭୂଷଣ ଜେନାଙ୍କ ବିରୋଧରେ ମୃତ ମହିଳାଙ୍କ ପରିବାର ଲୋକେ ଯୌନ ନିର୍ଯାତନା […]

balangre

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 08:06 PM IST

ବଲାଙ୍ଗିର: ବଲାଙ୍ଗିର ସହର ଉପକଣ୍ଠ ପଥରପଚେପା ନିକଟ ବିସି ଜେନା ସ୍ମାରକୀ ଭିନ୍ନକ୍ଷମ ସେବା କେନ୍ଦ୍ରର ମହିଳା କେୟାରଟେକରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ କେୟାରଟେକରଙ୍କ ଘର ଲୋଇସିଂହା ବ୍ଲକ ବୁରୋଭାଡ଼ି ଗାଁରେ। ତାଙ୍କ ମୃତଦେହ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। କେଉଁ ପରିସ୍ଥିତିରେ ଏଭଳି  ଘଟଣା ଘଟିଲା ସେ ନେଇ ବଲାଙ୍ଗିର ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ସେବାକେନ୍ଦ୍ରର ପ୍ରତିଷ୍ଠାତା ବିଭୁତି ଭୂଷଣ ଜେନାଙ୍କ ବିରୋଧରେ ମୃତ ମହିଳାଙ୍କ ପରିବାର ଲୋକେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ପୋଲିସ ବିଭୁତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଏଥିରେ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ସାମିଲ ହୋଇଥିଲେ।

ଘରୋଇ ଭାବେ ପରିଚାଳିତ ଏହି ସେବାକେନ୍ଦ୍ରରେ ମହିଳା ଜଣଙ୍କ ଛାତ୍ରୀ ଥିଲେ। ପରେ ବିଭୁତି ତାଙ୍କୁ ମାସିକ ୬୦୦୦ ଟଙ୍କା ଦରମାର ପ୍ରତିଶ୍ରୁତି ଦେଇ କେୟାର ଟେକର ଦାୟିତ୍ୱ ଦେଇଥିଲେ। ପୀଡିତା ବାରମ୍ବାର ଘରକୁ ପଳାଇ ଆସୁଥିଲେ। ସବୁଥର ବିଭୁତି ଆସି ତାଙ୍କୁ ବୁଝାଶୁଝା କରି ପୁଣି ସେବାକେନ୍ଦ୍ରକୁ ନେଇ ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

ତେବେ ଏପରି ଅଭିଯୋଗକୁ ବିଭୁତି ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଏ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତଦନ୍ତ ପରେ ସତ୍ୟ ନିଶ୍ଚିତ ପଦାକୁ ଆସିବ।”

ସଦର ଥାନା ଆଇଆଇସି ଆନନ୍ଦ ମାଝି କହିଛନ୍ତି,“ସଂସ୍ଥାର ଜଣେ କର୍ମଚାରୀଙ୍କ ସହିତ ମୃତା ମହିଳାଙ୍କର ମତଭେଦ ଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ତେବେ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ।”

Related story