ବଣାଇ( ରଞ୍ଜିତ ଚୌଧୁରୀ) ; ଚଳଚଞ୍ଚଳ ହୋଇ ଉଠିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଥିବା ମା’ ବଲାଣୀ ଦେବୀ ପୀଠ। ୨ ବର୍ଷରେ ଥରେ ଆଜି ମା’ଙ୍କ ପୂଜା ପଡ଼ିଥିବାରୁ ଏଠାରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କର ଏଠାରେ ଗହଳି ଜମିଛି।
ଏହି ଅବସରରେ ମାନସିକ ପୂର୍ଣ୍ଣ ପରେ ମା’ଙ୍କ ନିକଟରେ ବଳି ଚଢାଇବାକୁ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଛି । ଫଳରେ ରକ୍ତରଞ୍ଜିତ ହୋଇଯାଇଛି ସମ୍ପୂର୍ଣ୍ଣ ପୀଠ। କିଏ କୁକୁଡ଼ା ତ କିଏ ବୋଦା ବଳି ଦେବାକୁ ଟିକେଟ କାଟି ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି। ଏପରି ଭିଡ଼ ପ୍ରତି ୨ ବର୍ଷରେ ଥରେ ମା’ଙ୍କ ପୂଜା ଅବସରରେ ଦେଖିବାକୁ ମିଳିଥାଏ।
ହେଲେ ଏହାକୁ ରୋକିବାକୁ ପ୍ରଶାସନ କିମ୍ବା ପୁଲିସ୍ ତରଫରୁ ତତ୍ପରତା ପ୍ରକାଶ ପାଇନାହିଁ। ପରମ୍ପରା ଅନୁସାରେ ଏହି ବଳି ପ୍ରଥା କାହିଁ କେଉଁ କାଳରୁ ଚାଲିଆସୁଛି ଓ ମାନସିକ ପୂର୍ଣ୍ଣ ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା କହିଛନ୍ତି ପୂଜା କମିଟି ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର। ଗତ ଦେଢ଼ ମାସ ଭିତରେ କେବଳ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଛନ୍ତି।
Miscellaneous
ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର
ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।