ମଧ୍ୟାହ୍ନ ଭୋଜନ ହଡପ୍‌!: ପ୍ରଧାନଶିକ୍ଷୟିତ୍ରୀଙ୍କ ମୁହଁରେ କଳା ବୋଳିଲେ ଅଭିଭାବକ

ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ହଡପ୍‌ ଅଭିଯୋଗ ଆଣି ଆଜି ଅଭିଭାବକମାନେ ପ୍ରଧାନଶିକ୍ଷୟିତ୍ରୀଙ୍କ ମୁହଁରେ କଳା ବୋଳିଛନ୍ତି। ଏପରିକି ତାଙ୍କୁ ମହିଳାମାନେ ମାଡ଼ ମାରିଛନ୍ତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବଗପାରିଆ ଏମ୍‌ଇ ସ୍କୁଲରେ। ପୋଲିସ ସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଆଜି ନିର୍ଦ୍ଧାରିତ ସମୟରେ ସ୍କୁଲ ଖୋଲିଥିଲା। ପ୍ରଧାନଶିକ୍ଷୟତ୍ରୀ ସ୍କୁଲ ଆସିଥିଲେ। ସ୍କୁଲ ଖୋଲିବାର କିଛି ସମୟରେ କେତେକ ମହିଳା ଓ ପୁରୁଷ ସ୍କୁଲରେ ପହଞ୍ଚି ମଧ୍ୟହ୍ନ ଭୋଜନ ହଡପ୍‌ ହୋଇଥିବା […]

balasore teacher

Rakesh Mallick
  • Published: Monday, 27 March 2017
  • , Updated: 27 March 2017, 06:35 PM IST

ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ହଡପ୍‌ ଅଭିଯୋଗ ଆଣି ଆଜି ଅଭିଭାବକମାନେ ପ୍ରଧାନଶିକ୍ଷୟିତ୍ରୀଙ୍କ ମୁହଁରେ କଳା ବୋଳିଛନ୍ତି। ଏପରିକି ତାଙ୍କୁ ମହିଳାମାନେ ମାଡ଼ ମାରିଛନ୍ତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବଗପାରିଆ ଏମ୍‌ଇ ସ୍କୁଲରେ। ପୋଲିସ ସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଆଜି ନିର୍ଦ୍ଧାରିତ ସମୟରେ ସ୍କୁଲ ଖୋଲିଥିଲା। ପ୍ରଧାନଶିକ୍ଷୟତ୍ରୀ ସ୍କୁଲ ଆସିଥିଲେ। ସ୍କୁଲ ଖୋଲିବାର କିଛି ସମୟରେ କେତେକ ମହିଳା ଓ ପୁରୁଷ ସ୍କୁଲରେ ପହଞ୍ଚି ମଧ୍ୟହ୍ନ ଭୋଜନ ହଡପ୍‌ ହୋଇଥିବା ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରିଥିଲେ। ପରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗୋଟିଏ ଚେୟାରରେ ବସାଇ ତାଙ୍କ ମୁହଁରେ କଳା ବୋଳି ଥିଲେ। ଏପରିକି ମହିଳାମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିଲେ।

Related story