ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମଦ ମାଫିଆ

Ordigital Desk
  • Published: Friday, 27 October 2017
  • , Updated: 27 October 2017, 01:19 PM IST
<p>ସୋର: ମହଙ୍ଗା ପଡ଼ିଲା କାର୍ଯ୍ୟାନୁଷ୍ଠାନ। ବାଲେଶ୍ୱର ଜିଲ୍ଲା ସୋର କୋର୍ଟ ଛକରେ ଜଣେ ଅବକାରୀ କର୍ମଚାରୀ ପ୍ରଭାସ ମହାନ୍ତିଙ୍କୁ କିଛି ମଦ ମାଫି&zwnj;ଆ ଗତକାଲି ସନ୍ଧ୍ୟାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏହାର ଭିଜୁଆଲ ଓଟିଭିର ହସ୍ତଗତ ହୋଇଛି।</p> <p>ଗତକାଲି ଅବକାରୀ ବିଭାଗ ପକ୍ଷରୁ ସୋର, ଖନ୍ତାପଡା ଓ ମାର୍କୋଣା ଅଞ୍ଚଳରେ ଚଢ଼ାଉ କରାଯାଇ ବହୁ ପରିମାଣର ମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ସୋର ଜେଲକୁ ଛାଡ଼ିବାକୁ ଅବକାରୀ ବିଭାଗ କର୍ମଚାରୀ ଯାଉଥିବା ବେଳେ କୋର୍ଟ ଛକରେ ୫ରୁ ଅଧିକ ମଦ ମାଫିଆ ଏକାଠି ହୋଇ ପ୍ରଭାସଙ୍କୁ ପିଟିଥିଲେ।</p>

Related story