ରୋଗୀ ମୃତ୍ୟୁ ନେଇ ଡାକ୍ତରଖାନାରେ ଉତ୍ତେଜନା
- Published: Sunday, 01 April 2018
- , Updated: 01 April 2018, 02:12 PM IST
<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରୋଗୀ ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ରୋଗୀଙ୍କ ସଂପର୍କୀୟମାନେ ପାଟିତୁଣ୍ଡ କରିଛନ୍ତି। ଅଭିଯୋଗ ଅନୁସାରେ, ରେମୁଣା ବ୍ଲକ କଲ୍ୟାଣସିଂହପୁରର ଜଣେ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗତ ରାତିରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।</p>