ନବଜାତ ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା: ଡାକ୍ତରଙ୍କୁ ଦାୟୀ କଲେ ପରିବାର ଲୋକେ

ଜଳେଶ୍ୱର(ରଣଜିତ ପାକଳ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା। ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହୋହାଲ୍ଲା କରିଛନ୍ତି ପରିବାର ଲୋକେ। ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଯୁଗପୁରର ଜଣେ ପ୍ରସୂତୀଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୪ ଦିନ ତଳେ ଅସ୍ତ୍ରୋପଚାର ପରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ହେଲେ ଗତକାଲି ଶିଶୁପୁତ୍ରର ମୃତ୍ୟୁ ପରେ […]

balasore

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 10:28 AM IST

ଜଳେଶ୍ୱର(ରଣଜିତ ପାକଳ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା। ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହୋହାଲ୍ଲା କରିଛନ୍ତି ପରିବାର ଲୋକେ।

ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଯୁଗପୁରର ଜଣେ ପ୍ରସୂତୀଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୪ ଦିନ ତଳେ ଅସ୍ତ୍ରୋପଚାର ପରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ହେଲେ ଗତକାଲି ଶିଶୁପୁତ୍ରର ମୃତ୍ୟୁ ପରେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ।

ମୃତ ଶିଶୁର ଅଜା ଗଦାଧର ନାୟକ କହିଛନ୍ତି,” ଗତ ଗୁରୁବାର ଅପରେସନ୍ ହେଲା ପରେ ଏକ ପୁତ୍ର ଜନ୍ମ ହୋଇଥିଲା। ରବିବାର ରାତିରେ ଛୁଆଟି ନଷ୍ଟ ହୋଇଯାଇଛି। ତେବେ ଜନ୍ମ ହେଲା ଦିନଠାରୁ ରବିବାର ରାତି ୧୨ଟା ହେଲାଣି ଦିନେ ହେଲେ ଡାକ୍ତର ଶିଶୁକୁ ଚିକିତ୍ସା କରି ନାହାଁନ୍ତି। ଡାକ୍ତର ଅଭାବରୁ ଆମ ଛୁଆର ମୃତ୍ୟୁ ଘଟିଛି। ସେଥିପାଇଁ ଅପରେସନ୍ କରିଥିବା ଡାକ୍ତର ହିଁ ଦାୟୀ। ଦିନ ୧୨ ଟା ପର୍ଯ୍ୟନ୍ତ ଘରେ ଡାକ୍ତର ରୋଗୀ ଚିକିତ୍ସା କରୁଥିବା ବେଳେ ଡାକ୍ତରଖାନାକୁ ଠିକ୍ ସମୟରେ ଆସୁ ନାହଁନ୍ତି। ଗୁରୁତର ରୋଗୀ ଆସିଲେ ଡାକ୍ତର ସେହି ରୋଗୀକୁ ଦେଖି ପୁଣି ପଲାଇଯାଉଛନ୍ତି।”

Related story