ଦୁର୍ଘଟଣାଗ୍ରସ୍ତ ବାପ-ଝିଅଙ୍କ ପାଇଁ ଦେବଦୂତ ସାଜିଲେ ଏସପି

ସୋର (ଶଶୀକାନ୍ତ ବେହେରା): ଦୁର୍ଘଟଣାରେ ଆହତ ହୋଇଥିବା ବାପ-ଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଏସ୍‌ପି। ରାଜପଥରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ବାପ-ଝିଅକୁ ଏସ୍‌ପି ଯୁଗଳ କିଶୋର କୁମାର ନିଜ ଗାଡ଼ିରେ ଆଣି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଯାହା ଏବେ ସମଗ୍ର ଜିଲ୍ଲାର ଆଲୋଚ୍ୟର ବିଷୟ ପାଲଟିଛି। ଖଇରା ଥାନା ତୁଡିଗଡ଼ିଆ ଅଚ୍ୟୁତିପୁର ଗାଁର କୈଳାଶ ଚନ୍ଦ୍ର ସାହୁ ତାଙ୍କ ଝିଅଙ୍କୁ କଲେଜରେ ଆଡମିଶନ ପାଇଁ ନେଇ ଯାଉଥିଲେ। ତେବେ ବେଗୁନିଆଠାରେ ଏକ ଅଜଣା […]

balasss

Manoranjan Sial
  • Published: Monday, 14 October 2019
  • , Updated: 14 October 2019, 05:24 PM IST

ସୋର (ଶଶୀକାନ୍ତ ବେହେରା): ଦୁର୍ଘଟଣାରେ ଆହତ ହୋଇଥିବା ବାପ-ଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଏସ୍‌ପି। ରାଜପଥରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ବାପ-ଝିଅକୁ ଏସ୍‌ପି ଯୁଗଳ କିଶୋର କୁମାର ନିଜ ଗାଡ଼ିରେ ଆଣି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଯାହା ଏବେ ସମଗ୍ର ଜିଲ୍ଲାର ଆଲୋଚ୍ୟର ବିଷୟ ପାଲଟିଛି।

ଖଇରା ଥାନା ତୁଡିଗଡ଼ିଆ ଅଚ୍ୟୁତିପୁର ଗାଁର କୈଳାଶ ଚନ୍ଦ୍ର ସାହୁ ତାଙ୍କ ଝିଅଙ୍କୁ କଲେଜରେ ଆଡମିଶନ ପାଇଁ ନେଇ ଯାଉଥିଲେ। ତେବେ ବେଗୁନିଆଠାରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ବାପ-ଝିଅ ଗୁରୁତର ଆହତ ହୋଇଥିଲେ। ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ। ବଞ୍ଚାଇବାକୁ ଚିତ୍କାର କରୁଥିଲେ। ତେବେ ଏହି ସମୟରେ ବାଲେଶ୍ୱର ଏସ୍‌ପି ଯୁଗଳ କିଶୋର କୁମାର ଉକ୍ତ ରାସ୍ତା ଦେଇ ଯାଉଥିଲେ। ଆଉ ରାସ୍ତା ଉପରେ ରକ୍ତାକ୍ତ ଅସ୍ଥାରେ ବାପ-ଝିଅଙ୍କୁ ଦେଇ ନିଜ ଗାଡ଼ିରେ ଉଦ୍ଧାର କରି ସୋର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ପରେ ଏସ୍‌ପି ଯୁଗଳ କିଶୋର କୁମାର ଔପଦାରେ ହେବାକୁ ଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲା। ନିର୍ଦ୍ଧାରିତ ସମୟଠାରୁ ଟିକେ ବିଳମ୍ୱରେ ଜନ ଶୁଣାଣିରେ ପହଞ୍ଚିଥିଲେ।

Related story