ଜଳେଶ୍ୱର: ଜଣ୍ଡିସ୍ ଥମିବାର ନାଁ ନେଉ ନାହିଁ। ଏବେ ବାଲେଶ୍ୱର ଜିଲ୍ଳା ଭୋଗରାଇ ବ୍ଲକ୍ ଉଦୟପୁର ଓ ସାହାବାଜୀପୁର ଗାଁରେ ଜଣ୍ଡିସ୍ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ଜଣ୍ଡିସରେ ୩୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଁର କିଛି ପିଲାଙ୍କୁ ଜ୍ୱର ହେବା ସହ ପେଟ ବ୍ୟଥା ହୋଇଥିଲା। ରକ୍ତ ପରୀକ୍ଷା ପରେ ଜଣ୍ଡିସ୍ ହୋଇଥିବା ଜଣାପଡିଥିଲା । ଜଣ୍ଡିସ ବ୍ୟାପିବାର ଖବର ପାଇ ବାଲେଶ୍ୱରର ଏକ ଡାକ୍ତରୀ ଦଳ ଗାଁକୁ ଆସି ରକ୍ତର ନମୁନା ସଂଗ୍ରହ କରିଛି । ଏହା ସହିତ ବିଭିନ୍ନ ସ୍କୁଲ ଓ ଗାଁକୁ ଯାଇ ଏହି ଦଳ ଲୋକଙ୍କୁ ସଚେତନ କରୁଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଡାକ୍ତର ବ୍ରଜ ମୋହନ ପାତ୍ର କହିଛନ୍ତି ।
ଗାଁକୁ ଯାଇଥିବା ଜଳ ଯୋଗାଣ ପ୍ରକଳ୍ପର ପାଇପ ଫାଟି ଦୂଷିତ ପାଣି ଲୋକେ ବ୍ୟବହାର କରୁଥିବାରୁ ଗାଁରେ ଜଣ୍ଡିସ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି ।