ଉଜୁଡି ଗଲା ବିରି ଚାଷ: ଜୀବନ ହାରିଲେ ଚାଷୀ

ବାଲେଶ୍ୱର: ଋଣ ବୋଝ ପୁଣି ଜଣେ ଚାଷୀଙ୍କ ଜୀବନ ନେଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବାଳିଆପାଟ ଗାଁରୁ ଆସିଛି ଏପରି ଅଭିଯୋଗ। ଚାଷ ଉଜୁଡି ଯିବାରୁ ଋଣ ଶୁଝିବା ଚିନ୍ତାରେ ଗାଁର ଚାଷୀ ରାମଚନ୍ଦ୍ର ବର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ରାମଚନ୍ଦ୍ର ଋଣ କରି ନିଜର ୨ ଏକର ଜମିରେ ବିରି ଚାଷ କରିଥିଲେ। ହେଲେ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା। ଏହାକୁ ନେଇ କିଛିଦିନ ହେବ ରାମଚନ୍ଦ୍ର ଚିନ୍ତିତ ଥିଲେ। ଶେଷରେ […]

balesore

Rakesh Mallick
  • Published: Monday, 27 March 2017
  • , Updated: 27 March 2017, 08:55 PM IST

ବାଲେଶ୍ୱର: ଋଣ ବୋଝ ପୁଣି ଜଣେ ଚାଷୀଙ୍କ ଜୀବନ ନେଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବାଳିଆପାଟ ଗାଁରୁ ଆସିଛି ଏପରି ଅଭିଯୋଗ। ଚାଷ ଉଜୁଡି ଯିବାରୁ ଋଣ ଶୁଝିବା ଚିନ୍ତାରେ ଗାଁର ଚାଷୀ ରାମଚନ୍ଦ୍ର ବର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ରାମଚନ୍ଦ୍ର ଋଣ କରି ନିଜର ୨ ଏକର ଜମିରେ ବିରି ଚାଷ କରିଥିଲେ। ହେଲେ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା। ଏହାକୁ ନେଇ କିଛିଦିନ ହେବ ରାମଚନ୍ଦ୍ର ଚିନ୍ତିତ ଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ଗତକାଲି ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story