ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ସୁବର୍ଣ୍ଣରେଖା ଓ ଜଳକା ନଦୀ ଫୁଲୁଛି। ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି। ସୁବର୍ଣ୍ଣରେଖାର ରାଜଘାଟରେ ଓ ଜଳକାର ମଥାନୀ ନିକଟରେ ପାଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବସ୍ତା-ବାଲିଆପାଳ ରାସ୍ତାର ପେଜଗଳାଠାରେ ୪ ଫୁଟ୍‌ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ସେହିପରି ବସ୍ତା-ଗାନ୍ଧୀଛକ ରାସ୍ତାର ବାହର୍ଦ୍ଦାଠାରେ ମଧ୍ୟ […]

balasore1

Rakesh Mallick
  • Published: Tuesday, 06 September 2016
  • , Updated: 06 September 2016, 10:40 PM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ସୁବର୍ଣ୍ଣରେଖା ଓ ଜଳକା ନଦୀ ଫୁଲୁଛି। ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି।

ସୁବର୍ଣ୍ଣରେଖାର ରାଜଘାଟରେ ଓ ଜଳକାର ମଥାନୀ ନିକଟରେ ପାଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବସ୍ତା-ବାଲିଆପାଳ ରାସ୍ତାର ପେଜଗଳାଠାରେ ୪ ଫୁଟ୍‌ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ସେହିପରି ବସ୍ତା-ଗାନ୍ଧୀଛକ ରାସ୍ତାର ବାହର୍ଦ୍ଦାଠାରେ ମଧ୍ୟ ୩ ଫୁଟ୍‌ ଉଚ୍ଚର ପଣି ଚାଲୁଛି।

ବନ୍ୟା ଯୋଗୁଁ ବାଲିଆପାଳ ଅଞ୍ଚଳର କୁମ୍ଭାରୀ, ନିଖିରା, ଶ୍ରୀମପୁର, ଦେଭୋଗ, ଘଣ୍ଟୁଆ, ଅସ୍ତି, ବାଲିଆପାଳ ଅଞ୍ଚଳ ପାଣି ଘରରେ ରହିଛି। ବିଷ୍ଣୁପୁର-ରସୁଲପୁର, ଚୌଧୁରୀକୁଦ-ଚଡବସ୍ତି ପ୍ରମୁଖ ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍‌ର ୯ଟି ଗେଟ୍‌ ଖୋଲିଛି। ଏଠାରୁ ପ୍ରତି ସେକେଣ୍ଡରେ ୨ ଲକ୍ଷ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି।

ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଭାବିତ ଅଞ୍ଚଳର ତହସିଲଦାର, ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି।

Related story