ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ଯୋଜନାର ତଦନ୍ତ କଲେ ୱାଲ୍ଡ ଫୁଡ ପ୍ରୋଗ୍ରାମ ପ୍ରତିନିଧି ଦଳ

ବାଲେଶ୍ୱର: ପ୍ରାଥମିକ ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନ ଯୋଜନା କିପରି ଚାଲିଛି ତାହାର ତଦନ୍ତ କରିବାକୁ ମିଳିତ ଜାତିସଂଘ ତରଫରୁ ୱାଲ୍ଡ ଫୁଡ୍ ପ୍ରୋଗ୍ରାମର ଏକ ପ୍ରତିନିଧି ଦଳ ଓଡ଼ିଶା ଆସିଛନ୍ତି। ଦୁଇ ଜଣିଆ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ଗସ୍ତ କରି ଦୁଇଟି ସ୍କୁଲ ପରିଦର୍ଶନ କରିଛନ୍ତି । ପ୍ରତିନିଧି ଦଳ ପ୍ରଥମେ ରେମୁଣା ଓ ପରେ ସଦର ବ୍ଲକର ଆଳଦିଆ ନୋଡାଲ ସ୍କୁଲ ପରିଦର୍ଶନ କରି ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲାରେ […]

baleswar

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 05:13 AM IST

ବାଲେଶ୍ୱର: ପ୍ରାଥମିକ ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନ ଯୋଜନା କିପରି ଚାଲିଛି ତାହାର ତଦନ୍ତ କରିବାକୁ ମିଳିତ ଜାତିସଂଘ ତରଫରୁ ୱାଲ୍ଡ ଫୁଡ୍ ପ୍ରୋଗ୍ରାମର ଏକ ପ୍ରତିନିଧି ଦଳ ଓଡ଼ିଶା ଆସିଛନ୍ତି। ଦୁଇ ଜଣିଆ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ଗସ୍ତ କରି ଦୁଇଟି ସ୍କୁଲ ପରିଦର୍ଶନ କରିଛନ୍ତି । ପ୍ରତିନିଧି ଦଳ ପ୍ରଥମେ ରେମୁଣା ଓ ପରେ ସଦର ବ୍ଲକର ଆଳଦିଆ ନୋଡାଲ ସ୍କୁଲ ପରିଦର୍ଶନ କରି ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଠିକରେ ଚାଲିଥିବା ବେଳେ କିଛି ସ୍କୁଲରେ ରୋଷେଇ ଘର ଠିକ ନ ଥିବାରୁ ପ୍ରତିନିଧି ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହି ପ୍ରତିନିଧି ଦଳ ବିଭିନ୍ନ ଜିଲ୍ଲା ଗସ୍ତ କରି ତଦନ୍ତ କରିବା ସହ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ।

Related story