ବାଲେଶ୍ୱରରେ ୧୪୪ ଧାରା ଜାରି

ବାଲେଶ୍ୱର: ବାଲେଶ୍ୱରରେ ଦୁର୍ଗା ମେଢ଼ ଭସାଣିବେଳେ ହୋଇଥିବା ଗଣ୍ଡଗୋଳରୁ ଉତ୍ତେଜନା ପ୍ରକାଶ ପାଇବା ପରେ ଭୂଜାଖିଆ ଛକରୁ ଆଇଓସିଏଲ୍‌ ଯାଏଁ ଜିଲ୍ଲା ପ୍ରଶାସନ ଜାରି କରିଥିବା ୧୪୪ ଧାରା ଆଜି ମଧ୍ୟ ବଳବତ୍ତର ରହିଛି। ଏହି ଘଟଣାରେ ପୋଲିସ୍‌ ୬ ଜଣଙ୍କୁ ଅଟକ ରଖିଛି। ଏ ନେଇ ଟାଉନ ଥାନାରେ ୩ ଓ ଚାନ୍ଦିପୁର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଗତକାଲି ରାତିରେ ସୁନାହଟଠାରୁ ଆଇଓସିଏଲ୍‌ ପର୍ଯ୍ୟନ୍ତ  ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ରାତି […]

baleswar-2

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 10:39 AM IST

ବାଲେଶ୍ୱର: ବାଲେଶ୍ୱରରେ ଦୁର୍ଗା ମେଢ଼ ଭସାଣିବେଳେ ହୋଇଥିବା ଗଣ୍ଡଗୋଳରୁ ଉତ୍ତେଜନା ପ୍ରକାଶ ପାଇବା ପରେ ଭୂଜାଖିଆ ଛକରୁ ଆଇଓସିଏଲ୍‌ ଯାଏଁ ଜିଲ୍ଲା ପ୍ରଶାସନ ଜାରି କରିଥିବା ୧୪୪ ଧାରା ଆଜି ମଧ୍ୟ ବଳବତ୍ତର ରହିଛି। ଏହି ଘଟଣାରେ ପୋଲିସ୍‌ ୬ ଜଣଙ୍କୁ ଅଟକ ରଖିଛି। ଏ ନେଇ ଟାଉନ ଥାନାରେ ୩ ଓ ଚାନ୍ଦିପୁର ଥାନାରେ ୨ଟି ମାମଲା ରୁଜୁ ହୋଇଛି।

ଗତକାଲି ରାତିରେ ସୁନାହଟଠାରୁ ଆଇଓସିଏଲ୍‌ ପର୍ଯ୍ୟନ୍ତ  ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ରାତି ପ୍ରାୟ ୧୦ଟା ବେଳେ ପ୍ରଶାସନ ଏହି ନିଷ୍ପତ୍ତି ନେବା ସହ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା କରିଥିଲା। ତେବେ ଆସନ୍ତା ୨୦ ତାରିଖରେ ଏ ନେଇ ପୁଣି ଥରେ ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମାଜିଷ୍ଟ୍ରେଟ୍‌ ସୂଚନା ଦେଇଛନ୍ତି।

ଗତ ୧୨ ତାରିଖରେ ସିନେମା ଛକରେ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ସ୍ଥାନୀୟ ପାତ୍ରପଡ଼ା ଓ ଗବଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ  ପାତ୍ରପଡ଼ାର ୪ ଜଣ ଓ ଗବଗାଁର ଜଣେ ଆହତ ହୋଇଥିଲେ। ଦିନକୁ ଦିନ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ  ପ୍ରଶାସନ ୧୪୪ ଧାରି ଜାରି କରିଛି।

Related story