ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଓ ଖଇରା ବ୍ଲକରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବାହନଗା ବ୍ଲକ ଅସିମିଳା ଗାଁରେ ସିଦ୍ଧେଶ୍ୱର ଦେବ କ୍ଷେତରେ କାମ ସାରିଫେରୁଥିବା ବେଳେ ବଜ୍ରପାତରେ ଚେତା ହରାଇଥିଲେ। ଚିକିତ୍ସା ପାଇଁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅଞ୍ଜି ପଞ୍ଚାୟତ ଖରିଦା ଗାଁର ଶକୁନ୍ତଳା ଓ ବନମାଳି ମହାଳିକ ବାଡିରେ କାମ କରୁଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଖଇରା ବ୍ଲକ ରପେୟା ଗ୍ରାମର ଶିକ୍ଷକ ଜ୍ୟୋତିଶଙ୍କର ତ୍ରିପାଠୀଙ୍କ ମୃତ୍ୟୁ ହୋଇଛି।