ଗଞ୍ଜେଇ ଆଣିବାକୁ ଯାଇ ଧରାପଡ଼ିଲେ ହୋମ୍‌ଗାର୍ଡ!

ବାଲିଗୁଡ଼ା(ଅଜିତ ନାୟକ): ଗଞ୍ଜେଇ ଚାଲାଣ ଅଭିଯୋଗରେ ହୋମ୍‌ଗାର୍ଡ ଗିରଫ। ସାଥୀମାନଙ୍କ ସହ ଗଞ୍ଜେଇ ଆଣିବାକୁ ଯାଇ ପୁଲିସ ହାବୁଡ଼ରେ ପଡ଼ିଥିଲା। ଆଉ ତା’ପରେ ପୁଲିସ ତାଙ୍କୁ ଓ ତାଙ୍କ ସାଥୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଆସିଛି। ବାଲିସୁଗା ଗାଁର ପୂର୍ଣ୍ଣ ଚନ୍ଦ୍ର ମଲିକ, ମାଦିନାଟ ଗାଁର ଶଶି ମଲିକ ଓ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ହୋମଗାର୍ଡ ଥିବା କ୍ଷୀରୋଦ କୁମାର ସାହୁ ଏକ କାର୍‌ରେ […]

baliguda

Manoranjan Sial
  • Published: Thursday, 11 February 2021
  • , Updated: 11 February 2021, 06:04 PM IST

ବାଲିଗୁଡ଼ା(ଅଜିତ ନାୟକ): ଗଞ୍ଜେଇ ଚାଲାଣ ଅଭିଯୋଗରେ ହୋମ୍‌ଗାର୍ଡ ଗିରଫ। ସାଥୀମାନଙ୍କ ସହ ଗଞ୍ଜେଇ ଆଣିବାକୁ ଯାଇ ପୁଲିସ ହାବୁଡ଼ରେ ପଡ଼ିଥିଲା। ଆଉ ତା’ପରେ ପୁଲିସ ତାଙ୍କୁ ଓ ତାଙ୍କ ସାଥୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଆସିଛି।

ବାଲିସୁଗା ଗାଁର ପୂର୍ଣ୍ଣ ଚନ୍ଦ୍ର ମଲିକ, ମାଦିନାଟ ଗାଁର ଶଶି ମଲିକ ଓ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ହୋମଗାର୍ଡ ଥିବା କ୍ଷୀରୋଦ କୁମାର ସାହୁ ଏକ କାର୍‌ରେ କଞ୍ଜେଇ ଆଣିବା ପାଇଁ କନ୍ଧମାଳକୁ ଯାଇଥିଲେ। ଗତ ୯ ତାରିଖରେ ସେମାନେ ଗଞ୍ଜେଇ ଧରି ଫେରୁଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ କାର୍‌କୁ ଅଟକାଇଥିଲା। ପରେ କାର୍‌କୁ ଯାଞ୍ଚ କରିବାରୁ ୪୦ କେଜି ଗଞ୍ଜେଇ ବାହାରିଥିଲା।

ଗଞ୍ଜେଇ ଚାଲାଣ ଅଭିଯୋଗରେ ବାଲିଗୁଡ଼ା ଥାନା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଓ କାର୍‌ ଜବତ କରିଥିଲା। କେତେଦିନ ଧରି ଏହି କାରବାର ଚାଲିଥିଲା, ପୁଲିସ ତାହା ଉପରେ ତଦନ୍ତ କରୁଛି।

Related story