ବାଲିଯାତ୍ରା ପଡିଆ ଅନୁଧ୍ୟାନ କଲେ ଏନ୍‌ଜିଟି ବିଶେଷଜ୍ଞ

କଟକ: ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ବିଶେଷଜ୍ଞ ସୁଧାକର ପତ୍ରୀ ଆଜି ବାଲିଯାତ୍ରା ତଳ ପଡିଆ ଅନୁଧ୍ୟାନ କରିଛନ୍ତି। ସେ ଏହାର ରିପୋର୍ଟ ଏନ୍‌ଜିଟିକୁ ପ୍ରଦାନ କରିବେ। ଆଜି ଅନୁଧ୍ୟାନ ବେଳେ କଟକ ଜିଲ୍ଲାପାଳ ନିର୍ମଳ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ପଠାରେ ବାଲିଯାତ୍ରା ଯୋଗୁଁ ନଦୀ ପ୍ରଦୂଷିତ ହେଉଥିବା ଅଭିଯୋଗ କରି ଏନ୍‌ଆଇଟି ତଳ ପଠାରେ ଯାତ୍ରା ଆୟୋଜନ ଉପରେ କଟକଣା ଲଗାଇବା ସହ ଏଠାରେ କୌଣସି ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ […]

ctc

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 05:47 PM IST

କଟକ: ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ବିଶେଷଜ୍ଞ ସୁଧାକର ପତ୍ରୀ ଆଜି ବାଲିଯାତ୍ରା ତଳ ପଡିଆ ଅନୁଧ୍ୟାନ କରିଛନ୍ତି। ସେ ଏହାର ରିପୋର୍ଟ ଏନ୍‌ଜିଟିକୁ ପ୍ରଦାନ କରିବେ। ଆଜି ଅନୁଧ୍ୟାନ ବେଳେ କଟକ ଜିଲ୍ଲାପାଳ ନିର୍ମଳ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମହାନଦୀ ପଠାରେ ବାଲିଯାତ୍ରା ଯୋଗୁଁ ନଦୀ ପ୍ରଦୂଷିତ ହେଉଥିବା ଅଭିଯୋଗ କରି ଏନ୍‌ଆଇଟି ତଳ ପଠାରେ ଯାତ୍ରା ଆୟୋଜନ ଉପରେ କଟକଣା ଲଗାଇବା ସହ ଏଠାରେ କୌଣସି ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ହୋଇ ପାରିବ ନାହିଁ ବୋଲି କହିଥିଲେ। ନଦୀ ଶଯ୍ୟା ପୋତିବାରୁ ବିରତ ରହିବା, ଆବର୍ଜନା ନ ଫିଙ୍ଗିବା ଓ ବନ୍ଧ ଜବରଦଖଲ ମୁକ୍ତ କରିବା ପାଇଁ ଏନ୍‌ଜିଟି କହିଥିଲେ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀମାନେ ଚିନ୍ତାରେ ପଡିଯାଇଥିଲେ।

ତେବେ ନଭେମ୍ବର ୪ ତାରିଖରେ ଏନ୍‌ଜିଟି ବାଲିଯାତ୍ରା ଆୟୋଜନ ପାଇଁ କ୍ଲିୟରାନ୍ସ ଦେଇଥିଲେ।

Related story