ଅଗ୍ନି-୫ର ସଫଳ ପରୀକ୍ଷଣ
- Published: Sunday, 03 June 2018
- , Updated: 03 June 2018, 06:49 PM IST
<p>ଚାନ୍ଦିପୁର (ଓଡ଼ିଶା ରିପୋର୍ଟର): ଭଦ୍ରକର ଅବଦୁଲ କଲାମ ଦ୍ୱୀପରେ ଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୪ ନମ୍ବର ଲଞ୍ଚ ପ୍ୟାଡରୁ ଅଗ୍ନି-୫ର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଏନେଇ ଡିଆରଡିଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜି ସକାଳ ୯ଟା ୫୦ ମିନିଟରେ ଅଗ୍ନି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇଥିଲା।</p>
<p>ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହ ବାଲାଷ୍ଟିକ ମିଜାଇଲର ଲକ୍ଷ୍ୟ ଭେଦ କ୍ଷମତା ୫ ହଜାର କିଲୋମିଟର। ପରୀକ୍ଷଣ ସମୟରେ ଏହି ଅଗ୍ନି-୫ ମିଜାଇଲ ୨୦ ମିନିଟରେ ୪୫୬୭ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିଥିଲା।</p>
<p>୧୭ ମିଟରଲମ୍ବ ଏବଂ ୨ ମିଟର ଓସାର ବିଶିଷ୍ଟ ଅଗ୍ନି-୫ କ୍ଷେପଣାସ୍ତ୍ରର ଓଜନ ୫୦ ଟନ୍। କ୍ଷେପଣାସ୍ତ୍ର ୧ ଟନରୁ ଅଧିକ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ।</p>
<p>ଭଦ୍ରକର ଅବଦୁଲ କଲାମ ଦ୍ୱୀପରେ ଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହ ବାଲାଷ୍ଟିକ ମିଜାଇଲର ଲକ୍ଷ୍ୟ ଭେଦ କ୍ଷମତା ୫ ହଜାର କିଲୋମିଟର ରହିଛି।</p>