ରାସ୍ତା କଡ଼ରେ ବାଉଁଶ କରଡ଼ିର ପସରା

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ସହର ରାସ୍ତା କଡ଼ରେ ଏବେ ସୁସ୍ୱାଦୁ ବାଉଁଶ କରଡ଼ିର ପସରା ମେଲିଛି। ଶ୍ରାବଣ ମାସରେ ଜଙ୍ଗଲରେ ଥିବା ବାଉଁଶ ଗଛରୁ ବାହାରୁଥିବା କରଡ଼ି କିଣିବା ପାଇଁ ଗ୍ରାହକଙ୍କ ବେଶ୍‌ ଭିଡ଼ ଜମିବାରେ ଲାଗିଛି। ଶ୍ରାବଣ ମାସର ଲଗାଣ ବର୍ଷାରେ ଜଙ୍ଗଲରେ ଥିବା ବାଉଁଶ ବୁଦାରୁ ଗଜା ବାହାରି ଛୋଟଛୋଟ ଗଛ ହୋଇଥାଏ। ଆଉ ଆଦିବାସୀମାନେ ଏହି ଗଛକୁ ମୂଳରୁ କାଟି ସେଥିରୁ କରଡ଼ି ବାହାର କରନ୍ତି। ଏହା ଖାଇବାକୁ ଖୁବ୍‌ ସ୍ୱାଦିଷ୍ଟ ହୋଇଥିବାରୁ […]

BAMBOO-SHOOTS-IN-GREAT-DEMAND-IN-KORAPUT

Manoranjan Sial
  • Published: Monday, 29 July 2019
  • , Updated: 29 July 2019, 06:48 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ସହର ରାସ୍ତା କଡ଼ରେ ଏବେ ସୁସ୍ୱାଦୁ ବାଉଁଶ କରଡ଼ିର ପସରା ମେଲିଛି। ଶ୍ରାବଣ ମାସରେ ଜଙ୍ଗଲରେ ଥିବା ବାଉଁଶ ଗଛରୁ ବାହାରୁଥିବା କରଡ଼ି କିଣିବା ପାଇଁ ଗ୍ରାହକଙ୍କ ବେଶ୍‌ ଭିଡ଼ ଜମିବାରେ ଲାଗିଛି।

ଶ୍ରାବଣ ମାସର ଲଗାଣ ବର୍ଷାରେ ଜଙ୍ଗଲରେ ଥିବା ବାଉଁଶ ବୁଦାରୁ ଗଜା ବାହାରି ଛୋଟଛୋଟ ଗଛ ହୋଇଥାଏ। ଆଉ ଆଦିବାସୀମାନେ ଏହି ଗଛକୁ ମୂଳରୁ କାଟି ସେଥିରୁ କରଡ଼ି ବାହାର କରନ୍ତି। ଏହା ଖାଇବାକୁ ଖୁବ୍‌ ସ୍ୱାଦିଷ୍ଟ ହୋଇଥିବାରୁ ଆଦିବାସୀ ସମ୍ପ୍ରଦାୟର ଲୋକେ କରଡ଼ିକୁ ଖାଇଥାନ୍ତି। ଆଉ ବଳକା ରହିଲେ ବଜାରରେ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି। କେବଳ ବର୍ଷାଦିନରେ ଏହା ମିଳୁଥିବାରୁ ଏହାକୁ ଖାଇବା ପାଇଁ ଗ୍ରାହକଙ୍କ ମଧ୍ୟ ଭିଡ଼ ଜମୁଛି।

Related story