ନବମ ଓ ଦଶମ ପାଠ୍ୟପୁସ୍ତକରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ପାଠ୍ୟପୁସ୍ତକରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୮ମାସ ପରେ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନବମ ଓ ଦଶମ ଶ୍ରେଣୀର ପ୍ରଥମ ଭାଷା ଓଡ଼ିଆ(ଏଫଏଲଓ) ପାଠ୍ୟପୁସ୍ତକରେ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ କରାଯିବ। ଏହାସହିତ ୨୦୨୦-୨୧ ଶିକ୍ଷା ବର୍ଷରେ ନବମ ଓ ଦଶମ […]

Bande Utkala Janani

Ordigital Desk
  • Published: Wednesday, 23 June 2021
  • , Updated: 23 June 2021, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ପାଠ୍ୟପୁସ୍ତକରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୮ମାସ ପରେ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନବମ ଓ ଦଶମ ଶ୍ରେଣୀର ପ୍ରଥମ ଭାଷା ଓଡ଼ିଆ(ଏଫଏଲଓ) ପାଠ୍ୟପୁସ୍ତକରେ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ କରାଯିବ। ଏହାସହିତ ୨୦୨୦-୨୧ ଶିକ୍ଷା ବର୍ଷରେ ନବମ ଓ ଦଶମ ଶ୍ରେଣୀ, ମଧ୍ୟମା ଦ୍ୱିତୀୟ ଓ ତୃତୀୟବର୍ଷ ଏବଂ ରାଜ୍ୟ ଓପନ୍ ସ୍କୁଲର ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ହ୍ରାସ ପାଇଥିବା ସିଲାବସ୍ ମଧ୍ୟ ୨୦୨୧-୨୨ ଶିକ୍ଷା ବର୍ଷରେ ଜାରି ରହିବ। ଏସବୁ ଶ୍ରେଣୀର ସିଲାବସ୍ ସମ୍ପର୍କରେ ବୋର୍ଡର ୱେବସାଇଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋଭିଡ୍‌-୧୯ ମହାମାରୀ ସ୍ଥିତି ଯୋଗୁ ପିଲାଙ୍କ ସିଲାବସ୍ ୩୦ପ୍ରତିଶତ ହ୍ରାସ ପାଇଥିବା ନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ବର ମାସରେ ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ କରାଯିବ ବୋଲି ଘୋଷଣା କରିଥିଲେ। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା।

ଗତବର୍ଷ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଥିଲେ।

Related story