ଭାରତ ବନ୍ଦ: ଟାୟାର ଜାଳି ରାସ୍ତାରୋକ, ଟ୍ରେନ୍‌ ଅଟକାଇଲେ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ଭାରତ ବନ୍ଦ। ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ  ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ସେହିଭଳି ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କଳାହାଣ୍ଡି, ଅନୁଗୋଳ, ନାଲୋକ ନଗର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ […]

angul

Jyoshna Pradhan
  • Published: Monday, 10 September 2018
  • , Updated: 10 September 2018, 02:35 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ଭାରତ ବନ୍ଦ। ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ  ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ସେହିଭଳି ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କଳାହାଣ୍ଡି, ଅନୁଗୋଳ, ନାଲୋକ ନଗର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି।

ଭାରତ ବନ୍ଦର ପ୍ରଭାବ ରାଜଧାନୀ  ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି। ବାଣୀବିହାର ଛକରେ କଂଗ୍ରେସ କର୍ମୀଙ୍କ ପିକେଟିଂ କରିଛନ୍ତି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବସ୍ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଜରୁରୀ କାମରେ ଆସିଥିବା ଅନେକ ଯାତ୍ରୀ ଫସି ରହିଛନ୍ତି।

ସମ୍ବଲପୁର ଷ୍ଟେସନ୍‌ରେ କଂଗ୍ରେସ କର୍ମୀ ରେଳ ରୋକ କରିଛନ୍ତି। ଫଳରେ ଷ୍ଟେସନ୍‌ରେ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ୍‌ ଅଟକିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଛି। ଓଡ଼ିଶାବାସୀ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ତୈଳ ଦର ବୃଦ୍ଧି ସେମାନଙ୍କୁ ବାଧିଛି।”

ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି।  ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି।

ଆଜି କଂଗ୍ରେସ ବିଧାୟକମାନେ ବିଧାନସଭା ଯିବେନି। ଅପରାହ୍ନ ୩ଟା ଯାଏ ବିଧାନସଭା ମୁଲତବି ରଖିବାକୁ କଂଗ୍ରେସ  ସରକାରଙ୍କୁ ଆହ୍ୱାନ ଦେଇଛି। ତେଲ ଦର ବୃଦ୍ଧି ଯଦି ସରକାରଙ୍କୁ ବାଧୁଛି, ତେବେ ଏହାକୁ ଜିଏସଟି ପରିସରକୁ ଆଣିବାକୁ କଂଗ୍ରେସ ଆହ୍ୱାନ ଦେଇଛି।

Related story