ମାଓଦମନ ନୀତିକୁ ବିରୋଧ: ବନ୍ଦ ଡାକରା ଦେଲା ଲାଲବାହିନୀ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): କିଛି ଦିନର ନିରବତା ପରେ ପୁଣି ଚିହିଁକି ଉଠିଛି ଲାଲବାହିନୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ବଲାଙ୍ଗିର-ବରଗଡ-ମହାସମୁହ ଡିଭିଜନ ତରଫରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ଏଥସହ ସହରରେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ଲାଲ୍ ସଙ୍ଗଠନ। ବନ୍ଦ ଡାକାରାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ଉପାନ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଛି କମ୍ୱିଂ […]

bolangir

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 08:12 AM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): କିଛି ଦିନର ନିରବତା ପରେ ପୁଣି ଚିହିଁକି ଉଠିଛି ଲାଲବାହିନୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ବଲାଙ୍ଗିର-ବରଗଡ-ମହାସମୁହ ଡିଭିଜନ ତରଫରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ଏଥସହ ସହରରେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ଲାଲ୍ ସଙ୍ଗଠନ। ବନ୍ଦ ଡାକାରାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ଉପାନ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଛି କମ୍ୱିଂ ଅପରେସନ୍‌। ଏପରିକି ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଥିବା ବଲାଙ୍ଗିର ଏସ୍‌ପି ସୂଚନା ଦେଇଛନ୍ତି।

କିଛି ଦିନ ଧରି ନିରବ ପରେ ପୁଣି ଥରେ ସଙ୍ଗଠନକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛି ଲାଲବାହିନୀ। ବିଭିନ୍ନ ଜାଗାରେ ମାଓ ପୋଷ୍ଟର ମାରିବା ପରେ ଗତକାଲି ଏକ ଅଡିଓ ଟେପ୍ ଜାରି କରିଥିଲା ଲାଲସଙ୍ଗଠନ। ଜିଲ୍ଲାରେ ମାଓ ସଙ୍ଗଠନ ବୃଦ୍ଧି ପାଉଥିବାରୁ  ପୋଲିସ ପାଇଁ ଚିନ୍ତା ବଢ଼ିଛି। ଗତ ମେ’ ୧୨ରେ  ବେଳପଡ଼ା ବ୍ଲକ୍‌ ଡୁଡୁକାମାଲ ଗାଁରେ ବଳମ୍ୱିତ ରାତିରେ  ମୁହାଁ ମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ମାଓବାଦୀ। ଏଥିରେ  ଦୁଇ ମାଓ କମାଣ୍ଡର ରାକେଶ ଓ ସଞ୍ଜୀବଙ୍କ ମୃତ୍ୟୁ ଘଟିଥିଲା।

Related story