ନବୀନଙ୍କ ମନକଥା ଶୁଣିଲେ ବନ୍ଧକଟା ପଞ୍ଚାୟତ ଛାତ୍ରଛାତ୍ରୀ

Ordigital Desk
  • Published: Thursday, 16 November 2017
  • , Updated: 16 November 2017, 11:22 PM IST
<p>କେନ୍ଦ୍ରାପଡ଼ା: ଜିଲ୍ଲା ମାର୍ସାଘାଇ ବ୍ଲକ ଅନ୍ତର୍ଗତ ବନ୍ଦକଟା ପଞ୍ଚାୟତରେ ପାଳନ ହୋଇଥିଲା ରାଜ୍ୟସ୍ତରୀୟ ଶିଶୁଦିବସ। ପ୍ରଥମଥର ପାଇଁ ଟିଭିରେ ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ କଥା ଶୁଣିବା ପାଇଁ ବନ୍ଧକଟା ସ୍କୁଲରେ ଶିକ୍ଷକଙ୍କ ସମେତ ୪ଟି ସ୍କୁଲରୁ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଠୁଳ ହୋଇଥିଲେ। &lsquo;ଓ&rsquo;ଟିଭି ଲଗାଇ ସମସ୍ତେ ନବୀନଙ୍କ ଭାଷଣ ଶୁଣିଥିଲେ।</p> <p>ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣି ପିଲାମାନେ ଅନୁପ୍ରାଣିତ ହେବେ, ଏହି ଉଦ୍ଦେଶ୍ୟରେ ଏତେବଡ଼ ଆୟୋଜନ କରାଯାଇଥିଲା। ଜ୍ଞାନରଞ୍ଜନ ଦାସଙ୍କ ସହାୟତାରେ ବନ୍ଧକଟା ପଞ୍ଚାୟତର ସରପଞ୍ଚ ଅନୂଶୟ ଦାସ ସମସ୍ତ ବ୍ୟବସ୍ଥା କରିଥିଲେ। ଆଖପାଖ ମୂଷା ଡିହ ସ୍କୁଲ, ଜରିଆବରାଇ ସ୍କୁଲ, ତେଲିଆକଣ ସ୍କୁଲରୁ ପିଲା ଆସି ବନ୍ଧକଟା ସ୍କୁଲରେ ପହଞ୍ଚିଥିଲେ। ସମସ୍ତେ ପହଞ୍ଚିବା ପରେ &lsquo;ଓ&rsquo;ଟିଭି ଲଗାଇଯାଇଥିଲା। ସମସ୍ତେ ସେଠାରେ ମିଶି ମୁଖ୍ୟନ୍ତ୍ରୀଙ୍କ ଭାଷଣ ଶୁଣିଥିଲେ। ସେଠାରେ ବନ୍ଧକଟା ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଓ ବହୁ ଲୋକ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟଅତିଥି ଭାବେ ପଚ୍ଛରାଇ ପଞ୍ଚାୟତର ମଙ୍ଗୁଳି ବାବୁ ଯୋଗ ଦେଇଥିଲେ।</p>

Related story