ବାଣୀବିହାରରେ ପୁଣି ଉତ୍ତେଜନା: ୨ ଛାତ୍ରଙ୍କୁ ମାଡ ପରେ ଛାତ୍ରଛାତ୍ରୀଙ୍କ ଏନଏଚ ୫ ଅବରୋଧ

ଭୁବନେଶ୍ୱର: ପୁଣି ବାଣୀବିହାରରେ ଛାତ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଗତକାଲି ଛାତ୍ରଗୋଷ୍ଠୀଙ୍କ ଗଣ୍ଡଗୋଳ ପରେ ପୁଣି ଆଜି ଅଶାନ୍ତ ହୋଇପଡ଼ିଛି କ୍ୟାଂପସ। ଅଣଛାତ୍ରଙ୍କ ଆକ୍ରମଣରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ ବାଣୀବିହାର ଛକ ତଥା ୫ ନମ୍ୱର ଜାତୀୟ ରାଜପଥକୁ ଦୀର୍ଘ ସମୟ ହେଲା ଅବରୋଧ କରି ରଖିଛନ୍ତି। ଫଳରେ ଏହି ରାସ୍ତା ଦେଇ ଗମନାଗମନ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଉଭୟ ପାଶ୍ୱରେ ଗାଡି ମଟର ଅଟକି […]

bani bihar

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 01:52 PM IST

ଭୁବନେଶ୍ୱର: ପୁଣି ବାଣୀବିହାରରେ ଛାତ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଗତକାଲି ଛାତ୍ରଗୋଷ୍ଠୀଙ୍କ ଗଣ୍ଡଗୋଳ ପରେ ପୁଣି ଆଜି ଅଶାନ୍ତ ହୋଇପଡ଼ିଛି କ୍ୟାଂପସ। ଅଣଛାତ୍ରଙ୍କ ଆକ୍ରମଣରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ ବାଣୀବିହାର ଛକ ତଥା ୫ ନମ୍ୱର ଜାତୀୟ ରାଜପଥକୁ ଦୀର୍ଘ ସମୟ ହେଲା ଅବରୋଧ କରି ରଖିଛନ୍ତି। ଫଳରେ ଏହି ରାସ୍ତା ଦେଇ ଗମନାଗମନ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଉଭୟ ପାଶ୍ୱରେ ଗାଡି ମଟର ଅଟକି ରହିଛି।

ସୂଚନା ଯୋଗ୍ୟ ଗତକାଲି ରାତିରେ ବିଶ୍ୱ ବିଦ୍ୟାଳୟରେ ଦୁଇଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ନେଇଥିଲା। ଦୁଇଗୋଷ୍ଠୀ ସଂଘର୍ଷରେ ୫ଜଣ ଛାତ୍ର ଆହତ ହୋଇଥିଲେ। ୮ଟି ବାଇକ୍ ଭଙ୍ଗାରୁଜା ସହ ୩ଟି ବାଇକ୍ ପୋଡ଼ି ଦିଆଯାଇଥିଲା। ଗଣ୍ତଗୋଳ ରୋକିବାକୁ ଆସିଥିବା ପୋଲିସ କର୍ମାଚାରୀ ମଧ୍ୟ ଛାତ୍ରଙ୍କ ଆକ୍ରୋଷର ଶିକାର ହୋଇଛନ୍ତି। ପିଜିରେ ନାମଲେଖାକୁ କେନ୍ଦ୍ର କରି ୨ଛାତ୍ର ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ଗତକାଲି ପିଜି କାଉନସିଲ ବୈଠକ ପରେ ରାତିରେ ଗୋପବନ୍ଧୁ ହେଷ୍ଟଲ ନିକଟରେ ଏହା ଉଗ୍ର ରୂପ ନେଇଥିଲା। ସଂଘର୍ଷ ପରେ କ୍ୟାମ୍ପସ ଭିତରେ ଉତ୍ତେଜନା ଲାଗି ରହିଛି। କ୍ୟାମ୍ପସ ପରିସରରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସବୁ ଗେଟ୍ ସିଲ୍ କରାଯିବା ସହ କ୍ୟାମ୍ପସ ଭିତରେ ଫ୍ଲାଗ୍ ମାର୍ଚ୍ କରାଯାଇଛି।

ସେପଟେ ୨ ଛାତ୍ର ଗୋଷ୍ଠୀଙ୍କ ପକ୍ଷରୁ ସହିଦନଗର ଥାନାରେ ଅଲଗା ଅଲଗା ଏତଲା ଦିଆଯାଇଛି। ଆଜି ସକାଳୁ କ୍ୟାମ୍ପସ୍ ପ୍ରବେଶ ପଥରେ ବ୍ୟାପକ ଚେକିଂ କରାଯାଉଛି।କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନିଷେଧ କରିବା ପାଇଁ ଆଜି ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। କୁଳପତି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ପଦକ୍ଷେପ ନିଆଯିବ। ସୁରକ୍ଷା ସଂପର୍କରେ ଡିସିପିଙ୍କ ସହିତ ଆଲୋଚନା କରାଯିବ। ଅଣଛାତ୍ରଙ୍କୁ କ୍ୟାମ୍ପସ ପରିସରକୁ ପ୍ରବେଶ ନକରାଇ ଦେବା ପାଇଁ ପଦକ୍ଷେପ ନିଆଯିବ।

ସେହିପରି ଛାତ୍ର ସଂସଦର ପ୍ରତିନିଧିମାନେ ଡିସିପି ସତ୍ୟବ୍ରତ ଭୋଇଙ୍କ ସହିତ ମଧ୍ୟ ଆଜି ଆଲୋଚନା କରିଥିଲେ। ଗତକାଲି ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଯୁବକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟ ପରିସରରେ ହଷ୍ଟେଲରେ ରହୁଥିବା ଅଣଛାତ୍ରମାନଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Related story