ଆଜି ଭଙ୍ଗାଯିବ ବଣିଆ ପଟି

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିବ।  ଗତକାଲି ଏମାର ମଠର ରଘୁନନ୍ଦନ ପାଠାଗାର ପୂରା ମାଟିରେ ମିଶିଛି। ଆଜି ବଣିଆ ପଟି ଉଚ୍ଛେଦ କରାଯିବ।  ଏଠାରେ ପାଖାପାଖି ୧୧ଟି ସୁନା ଦୋକାନ ଅଛି। ପ୍ରଶାସନ ଏହି ଦୋକାନୀମାନଙ୍କ ସହ ପୂର୍ବରୁ  ଆଲୋଚନା କରିଛି। ଏଥିସହିତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏମାର ମଠର ଅନ୍ୟ କୋଠା ମଧ୍ୟ ଭଙ୍ଗାଯିବ। ହେଲେ ଗାଦି ସ୍ଥଳ  ପୂର୍ବ ପରି ରହିବ। ଏମାର […]

puri

Jyoshna Pradhan
  • Published: Saturday, 31 August 2019
  • , Updated: 31 August 2019, 08:45 AM IST

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିବ।  ଗତକାଲି ଏମାର ମଠର ରଘୁନନ୍ଦନ ପାଠାଗାର ପୂରା ମାଟିରେ ମିଶିଛି। ଆଜି ବଣିଆ ପଟି ଉଚ୍ଛେଦ କରାଯିବ।  ଏଠାରେ ପାଖାପାଖି ୧୧ଟି ସୁନା ଦୋକାନ ଅଛି। ପ୍ରଶାସନ ଏହି ଦୋକାନୀମାନଙ୍କ ସହ ପୂର୍ବରୁ  ଆଲୋଚନା କରିଛି। ଏଥିସହିତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏମାର ମଠର ଅନ୍ୟ କୋଠା ମଧ୍ୟ ଭଙ୍ଗାଯିବ। ହେଲେ ଗାଦି ସ୍ଥଳ  ପୂର୍ବ ପରି ରହିବ।

ଏମାର ମଠ ପରିସରରେ ଥିବା ଅଳଙ୍କାର ଦୋକାନଗୁଡିକ ଉଚ୍ଛେଦ କରିବାକୁ ନୋଟିସକୁ ନେଇ ଦୋକାନୀମାନେ ପ୍ରଶ୍ନ ଉଠାଇଛନ୍ତି। ସାମଗ୍ରୀ ସ୍ଥାନାନ୍ତର ପାଇଁ କମ୍‌ ସମୟ ଦିଆଯାଉଥିବାରୁ ଅଧିକ ସମୟ ଦେବାକୁ ଦାବି କରିଥିଲେ। ଉଚ୍ଛେଦ ପାଇଁ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି।  ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।  ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଥିବା ଏମାର ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ କିଛି ଗୁପ୍ତ କୋଠରୀ ନଜରକୁ ଆସିଥିଲା। ଉପର ତଳ ହୋଇ ୬ଟି ରହସ୍ୟଜନକ ଅନ୍ଧାର କୋଠରୀ ଥିବା ଜଣାପଡ଼ିଥିଲା।

Related story