ଜନ୍ମାଷ୍ଟମୀ ପାଇଁ ସବୁ ବ୍ୟାଙ୍କ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆସନ୍ତା ଅଗଷ୍ଟ ୩୦ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଆଜି ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଜନ୍ମାଷ୍ଟମୀ ଅବସରରେ ଅଗଷ୍ଟ ୩୦ତାରିଖରେ ରାଜ୍ୟର ସମସ୍ତ ରାଷ୍ଟ୍ରାୟତ୍ତଓ ଘରୋଇ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ। କେନ୍ଦ୍ରୀୟ  ଆଇନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସାର୍ବଜନୀନ ଛୁଟି ନିମନ୍ତେ ଜାରି […]

Bank

Ordigital Desk
  • Published: Friday, 27 August 2021
  • , Updated: 27 August 2021, 06:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆସନ୍ତା ଅଗଷ୍ଟ ୩୦ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଆଜି ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ, ଜନ୍ମାଷ୍ଟମୀ ଅବସରରେ ଅଗଷ୍ଟ ୩୦ତାରିଖରେ ରାଜ୍ୟର ସମସ୍ତ ରାଷ୍ଟ୍ରାୟତ୍ତଓ ଘରୋଇ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ। କେନ୍ଦ୍ରୀୟ  ଆଇନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସାର୍ବଜନୀନ ଛୁଟି ନିମନ୍ତେ ଜାରି ନିର୍ଦ୍ଦେଶନାମା ଆଧାରରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ଜନ୍ମାଷ୍ଟମୀ ଅବସରରେ ଆସନ୍ତା ୩୦ତାରିଖକୁ ଛୁଟି ଘୋଷଣା କରିଛନ୍ତି। ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଚତୁର୍ଥ ଶନିବାର ଛୁଟି ରହୁଥିବାବେଳେ ରବିବାର ଓ ସୋମବାର ମଧ୍ୟ ବନ୍ଦ ରହିବ ତଥା ବ୍ୟାଙ୍କଗୁଡ଼ିକ ମଙ୍ଗଳବାର ଖୋଲିବ ବୋଲି ଜଣାପଡ଼ିଛି।

Related story