ଋଣ ଜାଲିଆତି ମାମଲାରେ ବନ୍ଧାହେଲେ ବ୍ୟାଙ୍କ ମ୍ୟାନେଜର

ବାରିପଦା(ମାଣିକଲାଲ ପାଣି): ଋଣ ଜାଲିଆତି ମାମଲାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଫିଲ୍‌ଡ ଅଫିସରଙ୍କ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୟୂରଭଞ୍ଜ ସିଜେଏମ କୋର୍ଟ ସେମାନଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ କରିଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୨୭ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କୋର୍ଟ। ୨୦୧୨-୧୩ ଆର୍ଥିକ ବର୍ଷରେ ଝାରପୋଖରିଆ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଓଡ଼ିଶା ସରକାରଙ୍କ ଜଳନିଧି ଯୋଜନାରେ ଚାଷୀଙ୍କୁ ପାଣିପମ୍ପ ଋଣ ଦିଆଯାଇଥିଲା। ସେହି ସମୟରେ ୧୩୧ […]

baripada

Manoranjan Sial
  • Published: Thursday, 08 October 2020
  • , Updated: 08 October 2020, 03:56 PM IST

ବାରିପଦା(ମାଣିକଲାଲ ପାଣି): ଋଣ ଜାଲିଆତି ମାମଲାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଫିଲ୍‌ଡ ଅଫିସରଙ୍କ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୟୂରଭଞ୍ଜ ସିଜେଏମ କୋର୍ଟ ସେମାନଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ କରିଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୨୭ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କୋର୍ଟ।

୨୦୧୨-୧୩ ଆର୍ଥିକ ବର୍ଷରେ ଝାରପୋଖରିଆ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଓଡ଼ିଶା ସରକାରଙ୍କ ଜଳନିଧି ଯୋଜନାରେ ଚାଷୀଙ୍କୁ ପାଣିପମ୍ପ ଋଣ ଦିଆଯାଇଥିଲା। ସେହି ସମୟରେ ୧୩୧ ଜଣ ଚାଷୀଙ୍କ ନାଁରେ ଜାଲ୍‌ କାଗଜପତ୍ର କରି ୧ କୋଟି ୩୧ ଲକ୍ଷ ଟଙ୍କା ଜାଲିଅତି କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଋଣ ଜାଲିଆତି କୋଟିଏ ଟଙ୍କାରୁ ଅଧିକ ହୋଇଥିବାରୁ ମାମଲାକୁ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ତଦନ୍ତ କରିଥିଲା। ତଦନ୍ତ ପରେ ଅଭିଯୁକ୍ତଙ୍କ ନାଁରେ ଇଓଡବ୍ଲ୍ୟୁ ଚାର୍ଜସିଟ୍‌ ଦାଖଲ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୩୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ରାୟ ପ୍ରକାଶ କରିଛନ୍ତି।

ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଗିରିଜା ଶଙ୍କର ମିଶ୍ର, ଫିଲ୍‌ଡ ଅଫିସର ସତ୍ୟରୂପା ମହାନ୍ତି, ପାଣି ପମ୍ପ ସପ୍ଲାଇଆର ବଙ୍ଗାଳୀ ଜେନା, ସୁଶାନ୍ତ ଜେନା ଓ ଏକ ପାଣିପମ୍ପ କମ୍ପାନୀର ଏଜେଣ୍ଟ ସତ୍ୟାନନ୍ଦ ପାତ୍ରଙ୍କ ଦଫା ୧୬୭, ୪୬୭, ୪୬୮, ୪୭୧, ୪୦୬, ୪୦୯, ୪୨୦ ଓ ୧୨୦ରେ ପ୍ରତ୍ୟେକଙ୍କୁ ୧୪ ବର୍ଷ ଲେଖାଏଁ ଜେଲଦଣ୍ଡ କରିଛନ୍ତି। ଏଥି ସହ ପ୍ରତ୍ୟେକଙ୍କୁ ୨୭ଲକ୍ଷ ଲେଖାଏଁ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଆଜି ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Related story