କାଳିଆ ହେଲା ଗୋଳିଆ! ଟଙ୍କା କାଟିନେଲେ ବ୍ୟାଙ୍କବାଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ, ସୁଧୁରିବ ଚାଷୀଙ୍କ ସ୍ଥିତି। ଲୋକଙ୍କ ମନରେ ଏଭଳି ବିଶ୍ବାସ ଜନ୍ମାଇ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ। ଏହି ଖବର ପ୍ରଚାର ହେବା ପରେ ଚାଷୀଙ୍କ ମୁହଁରେ ହସ ଫୁଟିଥିଲା। ‘କାଳିଆ’ ଯୋଜନାରେ ସାମିଲ୍‌ ହେବାକୁ ନାକେଦମ୍‌ ହୋଇଥିଲେ ଚାଷୀ। ମାଗଣା ଫର୍ମ ବିକ୍ରି ପରେ ହିତାଧିକାରୀ ଚୟନକୁ ନେଇ ହୋଇଥିଲା କଳି। ଆଉ ଏବେ ସାମନାକୁ ଆସିଛି ନୂଆ କେଁ। ସରକାର ଗୋଟିଏ […]

BANKS-ADJUSTING-KALIA-MONEY-AGAINST-LOANS-TAKEN-ANGERS-FARMERS

Manoranjan Sial
  • Published: Saturday, 02 February 2019
  • Updated: 02 February 2019, 08:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ, ସୁଧୁରିବ ଚାଷୀଙ୍କ ସ୍ଥିତି। ଲୋକଙ୍କ ମନରେ ଏଭଳି ବିଶ୍ବାସ ଜନ୍ମାଇ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ। ଏହି ଖବର ପ୍ରଚାର ହେବା ପରେ ଚାଷୀଙ୍କ ମୁହଁରେ ହସ ଫୁଟିଥିଲା। ‘କାଳିଆ’ ଯୋଜନାରେ ସାମିଲ୍‌ ହେବାକୁ ନାକେଦମ୍‌ ହୋଇଥିଲେ ଚାଷୀ। ମାଗଣା ଫର୍ମ ବିକ୍ରି ପରେ ହିତାଧିକାରୀ ଚୟନକୁ ନେଇ ହୋଇଥିଲା କଳି। ଆଉ ଏବେ ସାମନାକୁ ଆସିଛି ନୂଆ କେଁ। ସରକାର ଗୋଟିଏ ହାତରେ ଚାଷୀଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା କରୁଥିବା ବେଳେ ଅନ୍ୟପଟେ ଋଣ ଆଳରେ ଚାଷୀ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।

ବାଲେଶ୍ୱର ଜିଲ୍ଲା ଜାମୁଶୁଳି ଗାଁର ଚାଷୀ ଦେବେନ୍ଦ୍ର ସାହୁ। ଜାମୁଶୁଳି ୟୁକୋ ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟକୁ ସରକାର ‘କାଳିଆ’ ଯୋଜନା ବାବଦକୁ ଦେଇଥିଲେ ୫ ହଜାର ଟଙ୍କା। ଏହି ଅର୍ଥ ଗତ ୨୮ ତାରିଖରେ ଜମା ହୋଇଥିଲା। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଦେବେନ୍ଦ୍ରଙ୍କୁ ଡାକି ଟଙ୍କା ଆସିବା କଥା କହିବା ସହ ଦସ୍ତଖତ କରାଇ ସାଙ୍ଗେ ସାଙ୍ଗେ ଟଙ୍କା ଉଠାଇ ନେଇଥିଲେ। ସେହି ଗାଁର ନୀଳାମ୍ବର ଜେନାଙ୍କର ମଧ୍ୟ ସମାନ ଅବସ୍ଥା। ଆସିଥିବା ‘କାଳିଆ’ ଟଙ୍କା ଆସିବାର କିଛି ମୁହୂର୍ତ୍ତ ମଧ୍ୟରେ ଚାଲିଗଲା। ଏପରି ଅନେକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାକୁ ଋଣ ବାବଦକୁ ଉଠାଇ ନେଇଥିବା ଜାଣିବା ପରେ ବ୍ୟାଙ୍କ ଘେରାଉ କରିଥିଲେ ଗ୍ରାମବାସୀ।

ଚାଷୀ ଦେବେନ୍ଦ୍ର ସାହୁ କହିଛନ୍ତି-“କାଳିଆ ଯୋଜନା ଟଙ୍କା ଆସିଥିବା ଜାଣି ବ୍ୟାଙ୍କ ଯାଇଥିଲି। ଫର୍ମରେ ମୋ ଦସ୍ତଖତ ନେଇ ମ୍ୟାନେଜରଙ୍କ ପାଖକୁ ଖାତା ପଠାଇ ଦେଲେ। ମୁଁ ବି ମୁର୍ଖ ଲୋକ କିଛି ଜାଣିନଥିଲି। ସେମାନଙ୍କ କଥାରେ ପଡ଼ି ଦସ୍ତଖତ କରିଦେଲି। କିଛି ସମୟରେ ପରେ କହିଲେ ଯେଉଁ ଋଣ ନେଇଥିଲ ଟଙ୍କା କଟିଗଲା।”

ଚାଷୀ ନୀଳାମ୍ବର ଜେନା କହିଛନ୍ତି-“କାଳିଆ ଯୋଜନାରେ ଟଙ୍କା ଆସିଲା। ମାତ୍ର ସେହି ଟଙ୍କା ବ୍ୟାଙ୍କ କର୍ତ୍ତୃପକ୍ଷ ନେଇଗଲେ। ରାଜ୍ୟ ସରକାରଙ୍କ ସହାୟତା ଯଦି ବ୍ୟାଙ୍କ କାଟିନେବ, ତାହାହେଲେ ସେହି ସହାୟତାର ମୂଲ୍ୟ କଣ?”

ଜାମୁଶୁଳି ୟୁକୋ ବ୍ୟାଙ୍କ ମ୍ୟାନେଜର ଅରୁଣ ମହାପାତ୍ର କହିଛନ୍ତି-“ଚାଷୀଙ୍କ ଅନୁମତିରେ ଟଙ୍କା କଟାଯାଉଛି। ଆମେ କୌଣସି ଚାଷୀଙ୍କ ଆକାଉଣ୍ଟରୁ ଜବରଦସ୍ତ ଟଙ୍କା କାଟୁନାହୁଁ।”

ଏମିତି ଚିତ୍ର କେବଳ ବାଲେଶ୍ୱର ଜିଲ୍ଲାରେ ନୁହେଁ। ଢେଙ୍କାନାଳ ଜିଲ୍ଲା ମଣ୍ଡାପାଳ ଗାଁର ଚାଷୀ ସର୍ବେଶ୍ୱର ବ୍ରହ୍ମଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଆକାଉଣ୍ଟରେ କାଳିଆ ଯୋଜନାରେ ୨୮ ତାରିଖରେ ୫ ହଜାର ଟଙ୍କା ଜମା ହୋଇଥିଲା। ହେଲେ ସେହିଦିନ ଋଣ ଆଳରେ ୫ ହଜାର ଟଙ୍କା ଉଠାଇ ନେଇଗଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ସେହିପରି କୋଟପାଳ ଗାଁର ଦେବବ୍ରତ ସାହୁଙ୍କର ହଜାରେ ଟଙ୍କା ଛାଡ଼ି ବାକି ୪ ହଜାର ଟଙ୍କା କାଟି ନେଇଛନ୍ତି କାନାରା ବ୍ୟାଙ୍କ କର୍ତ୍ତୃପକ୍ଷ।

ବଲାଙ୍ଗୀର ପୁଇଁତଳା ଗାଁର ବିଶ୍ୱାମିତ୍ର କର୍ମୀ କାଳିଆ ଟଙ୍କା ପାଇ ବେଶ ଖୁସି ଥିଲେ। ହେଲେ ଏଠି ବି ସମାନ ଅବସ୍ଥା। ଟଙ୍କା ଉଠାଇବା ପୂର୍ବରୁ ଋଣ ବାହାନାରେ ଟଙ୍କା କାଟିନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story