ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ରାଜରାସ୍ତାରେ ଉନ୍ମତ୍ତକାଣ୍ଡ କରି ଗିରଫ ହୋଇଛନ୍ତି ଜଣେ ବାର୍ ଡ୍ୟାନ୍ସର। ଗତକାଲି ରାତିରେ ସହିଦ ନଗରର ରୂପାଲି ଛକରେ ଉନ୍ମତ୍ତକାଣ୍ଡ କରିଥିଲେ ଏହି ବାର୍ ଡ୍ୟାନ୍ସର। ସେ ନିଶାସକ୍ତ ଅବସ୍ଥାରେ ଥିଲେ।
ସୂଚନା ଅନୁଯାୟୀ, ଗିରଫ ଯୁବତୀ ଜଣଙ୍କ ପଞ୍ଜାବର ଲୁଧିଆନାର ବାସିନ୍ଦା। ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକ ନିକଟରେ ଥିବା ଏକ ବାର୍ରେ ସେ ଡ୍ୟାନ୍ସର ଭାବେ କାର୍ଯ୍ୟ କରନ୍ତି। ସେ ହୋଟେଲ୍ରୁ ମୋବାଇଲ ଚୋରି କରି ଫେରାର ହେବା ପରେ ଲୋକଙ୍କ ହାତରେ ଧରା ପଡ଼ିଥିଲେ। ଏହା ପରେ ଦେଖିବାକୁ ମିଳିଥିଲା ତାଙ୍କର ଉନ୍ମତ୍ତକାଣ୍ଡ। ଅସଭ୍ୟ ଭାଷାରେ ଲୋକଙ୍କୁ ଗାଳି କରିଥିଲେ। ପୁଲିସ୍ ଓ ଡାକ୍ତରଙ୍କୁ ବି ଛାଡ଼ି ନଥିଲେ।
ବୁଝାସୁଝା କରିବାକୁ ଆସିଥିବା ପୁଲିସ୍କୁ ସେ ମାର୍ପିଟ୍ କରିବା ସହିତ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ଅବସ୍ଥା ଅସମ୍ଭାଳ ହେବା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।