ନୂଆ ମୋଟରଯାନ ଆଇନ୍ ପରେ ବାର୍‌ ବ୍ୟବସାୟ ମାନ୍ଦା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଅକଳରେ ବାର୍‌ ମାଲିକ। ବ୍ୟବସାୟରେ ମାନ୍ଦାବସ୍ଥା ଆସିଥିବାରୁ ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି। ସଂଶୋଧିତ ମୋଟର ଯାନ ଆଇନ୍‌ ଅନୁସାରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ସର୍ବନିମ୍ନ ଜରିମାନା ୧୦,୦୦୦ ଟଙ୍କା ସହ ଗିରଫ ହେବାର ନିୟମ ଥିବାରୁ ଏହା ଗ୍ରାହକଙ୍କୁ ଭୟଭୀତ କରିଛି। ଫଳରେ ଆଗ ଅପେକ୍ଷା ବେପାର ଅଶାତୀତ ଭାବେ ହ୍ରାସ ପାଇଥିବା ବାର୍‌ ମାଲିକମାନେ କହିଛନ୍ତି। ନୂଆ ମୋଟରଯାନ ଆଇନ୍ ଲାଗୁ ହେବାପରେ […]

c-987-0

c-987-0

Niharika Rout
  • Published: Wednesday, 04 September 2019
  • Updated: 04 September 2019, 07:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଅକଳରେ ବାର୍‌ ମାଲିକ। ବ୍ୟବସାୟରେ ମାନ୍ଦାବସ୍ଥା ଆସିଥିବାରୁ ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି। ସଂଶୋଧିତ ମୋଟର ଯାନ ଆଇନ୍‌ ଅନୁସାରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ସର୍ବନିମ୍ନ ଜରିମାନା ୧୦,୦୦୦ ଟଙ୍କା ସହ ଗିରଫ ହେବାର ନିୟମ ଥିବାରୁ ଏହା ଗ୍ରାହକଙ୍କୁ ଭୟଭୀତ କରିଛି। ଫଳରେ ଆଗ ଅପେକ୍ଷା ବେପାର ଅଶାତୀତ ଭାବେ ହ୍ରାସ ପାଇଥିବା ବାର୍‌ ମାଲିକମାନେ କହିଛନ୍ତି।

ନୂଆ ମୋଟରଯାନ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ ପୂରାପୂରି କଡ଼ାକଡ଼ି ହୋଇଛି। ସେପ୍ଟେମ୍ବର ୧ରୁ ଏହି ଆଇନ୍‌ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବର୍ଦ୍ଧିତ ଜରିମାନା ଆଦାୟ କରାଯାଉଛି। ନୂଆ ଆଇନ୍‌ ଅନୁସାରେ ଟ୍ରାଫିକ୍ ସମ୍ପର୍କିତ ବିଭିନ୍ନ ଅପରାଧ ପାଇଁ ପୂର୍ବ ପରିମାଣଠାରୁ ଏବେ ପ୍ରାୟ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ୁଛି। ବିଶେଷକରି ମଦ୍ୟପାନ ଗାଡ଼ି ଚଳାଇଲେ ୬ ମାସ ଜେଲ ଓ ୧୦,୦୦୦ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି। ସେହିପରି ଏହି ଅପରାଧର ପୁନରାବୃତ୍ତି ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡବଲ ତଣ୍ଡ ଗଣିବାକୁ ପଡ଼ିବ। ଅର୍ଥାତ ୨ ବର୍ଷ ଜେଲ ଓ ୧୫,୦୦୦ ଟଙ୍କା ଜରିମାନା। ପୁଲିସ ସୂତ୍ରରୁ ସୂଚନା ଅନୁଯାୟୀ, ଗତ ବର୍ଷ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୫,୩୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେଥିରୁ ୩୫ ପ୍ରତିଶତ ମଦ୍ୟପାନଜନିତ। ତେଣୁ ଏହି ନୂଆ ମୋଟର ଆଇନ୍‌ ସଡ଼କ ଦୁର୍ଘଟଣା ମାତ୍ରାକୁ କମାଇବ ବୋଲି କୁହାଯାଉଛି।

ତେବେ ଲକ୍ଷ୍ମୀସାଗର ଅଂଚଳର ଏକ ବାର୍‌ର ମ୍ୟାନେଜର ସମ୍ବିତ ରାଉତରାୟ କହିଛନ୍ତି ଯେ, ଗତ ୨ ଦିନରେ ଅମେ ୫୦ ପ୍ରତିଶତ ଗ୍ରାହକ ହରେଇଛୁ। ପ୍ରାୟତଃ ନର୍ମାଲ ଦିନରେ ୧୫୦ ଜଣ ଗ୍ରାହକ ଆସନ୍ତି। ହେଲେ ଏବେ ଏହା ୬୦ରୁ ୭୦ ଛୁଇଁଛି। ସନ୍ଧ୍ୟା ସମୟଟି ବେପାରର ସମୟ ହୋଇଥିବାରୁ ଆଗଭଳି ଆଉ ଭିଡ଼ ହେଉନି ବୋଲି ସେ କହିଛନ୍ତି। ଓଡ଼ିଶା ବାର ଏବଂ ରେସ୍ତୋରାଁ ସଂଘର ସମ୍ପାଦକ ସତ୍ୟ ମହାନ୍ତି କହିଛନ୍ତି ଯେ, ଆମେ ସରକାରଙ୍କୁ ଅଧିକ ଟିକସ ଦେଉଛେ। ଗ୍ରାହକଙ୍କ ସଂଖ୍ୟା କମୁଥିବାରୁ ଅଧିକାଂଶ ବାର୍‌ ମାଲିକ ଦେବାଳିଆ ସ୍ତରକୁ ଆସିଗଲେଣି। ବ୍ୟବସାୟଜନିତ କ୍ଷତି ଯୋଗୁ ଅମେ ବାର୍‌ ବନ୍ଦ କରିବାକୁ ବାଧ୍ୟ ହେବୁ। ତେଣୁ ସଂଘର ସଦସ୍ୟଙ୍କ ମଧ୍ୟରେ ଆଲୋଚନା କରି ଏ ବାବଦରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟ ଜଣେ ବାର ମ୍ୟାନେଜର ପ୍ରସନ୍ନ ପ୍ରଧାନଙ୍କ ଅନୁସାରେ ଓଡ଼ିଶାରେ ୫୩୨ଟି ବାର କମ୍‌ ରେସ୍ତୋରାଁ ସହ ହୋଟେଲ ସହିତ ବାର୍‌ ରହିଛି। ସେ କହିଛନ୍ତି, ଏଥିସହ ୯୫ଟି ବିୟର ପାର୍ଲର ଏବଂ ୧୮ଟି ପ୍ରାଇଭେଟ୍‌ କ୍ଲବ୍‌ ରହିଛି। ଭୁବନେଶ୍ୱରରେ ୬୩ଟି ବାର୍‌ ଓ ୪୨ଟି ହୋଟେଲ ଏବଂ କ୍ଲବ ଓ ୧୪ଟି ବିୟର ପାର୍ଲର ରହିଛି। ଆମେ ସରକାରୀ ଆଇନ୍‌ ବିରୋଧରେ ଯାଇପାରିବୁ ନାହିଁ। ହେଲେ ଆମର ଅଧିକାଂଶ ଗ୍ରାହକ ମଧ୍ୟବିତ୍ତ ଶ୍ରେଣୀର। ଯେଉଁମାନେ ବାଇକ୍‌ରେ ଆସିଥାନ୍ତି। ଯେଉଁମାନେ ଟ୍ୟାକ୍ସି ଆଫର୍ଡ଼ କରି ବାର୍‌କୁ ଆସିବାକୁ ଆର୍ଥିକ ଦୃଷ୍ଟି କୋଣରୁ ଅସମର୍ଥ। ଅମେ ବି ବଡ଼ ବଡ଼ ହୋଟେଲ ପରି କାର୍‌ କିମ୍ବା ଟ୍ୟାକ୍ସି କରି ଗ୍ରାହକଙ୍କୁ ଆଣିବା କିମ୍ବା ଛାଡ଼ିବା ଅସମ୍ଭବ ବ୍ୟାପାର।

ସେପଟେ ପୁଲିସର କହିବା ଅନୁଯାୟୀ ନୂଆ ନିୟମ ଲାଗୁ ହେବା ପରେ ମଦ୍ୟପାନ କରି ଗାଡ଼ି ଡ୍ରାଇଭିଂ ମାମଲାରେ ଏଯାଏଁ ଅନୁନ୍ୟ ୧୫ ଜଣଙ୍କୁ ଫାଇନ୍‌ କରାଗଲାଣି। ଏହି ନୂଆ ଆଇନ ପରେ ବ୍ୟବସାୟରେ କ୍ଷତି ହେଉଥିବାରୁ ବାର୍‌ ମାଲିକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story