ଆଶୀର୍ବାଦଙ୍କ ଜ୍ୱାଇଁଙ୍କୁ ଇଡିରେ ପଚରାଉଚରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହୋଇଛନ୍ତି ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲ। ବାରବାଟୀ ଜମି ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ସଞ୍ଜିତ ଇନ୍‌କନ୍‌ ଆସୋସିଏଟସର ପାର୍ଟନର ଥିବାବେଳେ ଏହି ସଂସ୍ଥା ବାରବାଟୀ ଜମି କେଳେଙ୍କାରୀ ଲିଙ୍କରେ ଛନ୍ଦି ହୋଇଥିଲା। ଏହି ମାମଲାର ତଦନ୍ତ ପୂର୍ବରୁ ସିବିଆଇ କରୁଛି। ଏନେଇ ଆଶୀର୍ବାଦ ବେହେରା ଓ ତାଙ୍କ ପୁଅକୁ […]

ed

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 12:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହୋଇଛନ୍ତି ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲ। ବାରବାଟୀ ଜମି ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

ସଞ୍ଜିତ ଇନ୍‌କନ୍‌ ଆସୋସିଏଟସର ପାର୍ଟନର ଥିବାବେଳେ ଏହି ସଂସ୍ଥା ବାରବାଟୀ ଜମି କେଳେଙ୍କାରୀ ଲିଙ୍କରେ ଛନ୍ଦି ହୋଇଥିଲା। ଏହି ମାମଲାର ତଦନ୍ତ ପୂର୍ବରୁ ସିବିଆଇ କରୁଛି। ଏନେଇ ଆଶୀର୍ବାଦ ବେହେରା ଓ ତାଙ୍କ ପୁଅକୁ ପଚରାଉଚରା କରାଯାଇଥିଲା। ତାଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା।

Related story