ଶୁଭଙ୍କରଙ୍କୁ ବାରବାଟୀ VVIP ପାସ୍‌ ମିଳିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଚର୍ଚ୍ଚାକୁ ଖଣ୍ଡନ କଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମ VVIP ଗ୍ୟାଲେରୀରେ ବସି ସିସୋର ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ ଖେଳ ଦେଖିବା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆସିନି କୌଣସି ନିର୍ଦ୍ଦେଶ। ଏ ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଆଜି ସ୍ପଷ୍ଟ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଡିଜିପି କହିଛନ୍ତି ଏଭଳି ତଦନ୍ତ ଲାଗି କୌଣସି ନିର୍ଦ୍ଦେଶ ଆସି ନାହିଁ। ତେବେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନେଇ ଆଜି କେତେକ ଗଣମାଧ୍ୟମରେ […]

22ORITICKET2

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 05:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମ VVIP ଗ୍ୟାଲେରୀରେ ବସି ସିସୋର ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ ଖେଳ ଦେଖିବା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆସିନି କୌଣସି ନିର୍ଦ୍ଦେଶ। ଏ ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଆଜି ସ୍ପଷ୍ଟ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଡିଜିପି କହିଛନ୍ତି ଏଭଳି ତଦନ୍ତ ଲାଗି କୌଣସି ନିର୍ଦ୍ଦେଶ ଆସି ନାହିଁ। ତେବେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନେଇ ଆଜି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସେପଟେ କଟକ ଡିସିପି କହିଛନ୍ତି, ଶୁଭଙ୍କର ପାସ୍ ହାତେଇବା ଘଟଣାର ତଦନ୍ତ ଲାଗି ପୋଲିସ ଡିଜିଙ୍କ ଠାରୁ ମଧ୍ୟ ତାଙ୍କ ପାଖକୁ କୌଣସି ଲିଖିତ ନିର୍ଦ୍ଦେଶ ଆସିନାହିଁ। ନିର୍ଦ୍ଦେଶ ଆସିଲେ ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ। କିଏ ପାସ୍ ଦେଇଛି, ଶୁଭଙ୍କର କେଉଁ ବାଟେ ଆସିଲେ-ଗଲେ, ତାର ତଦନ୍ତ ହେବ। ଦରକାର ହେଲେ ସେଠାରେ ଥିବା ପୋଲିସ ଓ ମିଡିଆର ସାହାଯ୍ୟ ନିଆଯିବ ବୋଲି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।

Related story