ବରଗଡ଼ ଧନୁଯାତ୍ରା; କଂସ ଭୂମିକା ପାଇଁ ରେସ୍‌ରେ ୬୦ କଳାକାର

ବରଗଡ଼ (ଦୀପକ ଶର୍ମା): ପାଖେଇ ଆସିଲାଣି ବରଗଡ଼ ଧନୁଯାତ୍ରା। ଖୋଲା ମଞ୍ଚରେ ପରିବେଷିତ ହେଉଥିବା ଏହି ଯାତ୍ରାରେ ଅଭିନୟ ସୁଯୋଗ ପାଇବା ନିମନ୍ତେ କଳାକାରଙ୍କ ମଧ୍ୟରେ ପରିଲକ୍ଷିତ ହୁଏ ଅହେତୁକ ଆକର୍ଷଣ ।  ମୁଖ୍ୟତଃ କଂସର ଠାଣି, ହସ ଦେଖିବାକୁ ପ୍ରବଳ ଭିଡ଼ ଜମେ। ତେଣୁ ଏହି ଭୂମିକା ପାଇବାକୁ କଡ଼ାକଡ଼ି ଟକ୍କରର ସମ୍ମୁଖୀନ ହୋଇଥାନ୍ତି କଳାକାର । ଗତ ୨ ବର୍ଷ କରୋନା ଯୋଗୁ ବରଗଡ଼ ଧନୁଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଡିସେମ୍ବର […]

bargarh

  • Published: Thursday, 03 November 2022
  • , Updated: 03 November 2022, 02:39 PM IST

ବରଗଡ଼ (ଦୀପକ ଶର୍ମା): ପାଖେଇ ଆସିଲାଣି ବରଗଡ଼ ଧନୁଯାତ୍ରା। ଖୋଲା ମଞ୍ଚରେ ପରିବେଷିତ ହେଉଥିବା ଏହି ଯାତ୍ରାରେ ଅଭିନୟ ସୁଯୋଗ ପାଇବା ନିମନ୍ତେ କଳାକାରଙ୍କ ମଧ୍ୟରେ ପରିଲକ୍ଷିତ ହୁଏ ଅହେତୁକ ଆକର୍ଷଣ ।  ମୁଖ୍ୟତଃ କଂସର ଠାଣି, ହସ ଦେଖିବାକୁ ପ୍ରବଳ ଭିଡ଼ ଜମେ। ତେଣୁ ଏହି ଭୂମିକା ପାଇବାକୁ କଡ଼ାକଡ଼ି ଟକ୍କରର ସମ୍ମୁଖୀନ ହୋଇଥାନ୍ତି କଳାକାର ।

ଗତ ୨ ବର୍ଷ କରୋନା ଯୋଗୁ ବରଗଡ଼ ଧନୁଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୭ରେ ଆରମ୍ଭ ହେବ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା। ୧୧ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ଜମେ। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା କମିଟିକୁ ୭୫ ବର୍ଷ ପୂରୁଥିବା ବେଳେ ଆୟୋଜିତ ହେଉଛି ସ୍ୱତନ୍ତ୍ର ଆୟୋଜନ ।

ଏଥର  ଧନୁଯାତ୍ରାର ବିଭିନ୍ନ ଭୂମିକା ପାଇଁ ମୋଟ ୨୨୩ ଜଣ  ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୬୦ ଜଣ କେବଳ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି।

[caption id="attachment_778637" align="aligncenter" width="650"] କଂସ ଭୂମିକା ପାଇଁ ଆବେଦନ କରିଥିବା କଳାକାର।[/caption]

ସେହିପରି ୨୨ଜଣ ମହାମନ୍ତ୍ରୀ, ସାର୍ତ୍ତକୀ ପାଇଁ ୪ଜଣ, ଚାଣୁର ମୁଷ୍ଟିକ ପାଇଁ୧୦ ଜଣ, ଅକ୍ରୁର ଭୂମିକା ପାଇଁ ୧୭ ଜଣ, ବସୁଦେବ ପାଇଁ୧୯ ଜଣ, ନାରଦ ପାଇଁ ୧୪ ଜଣ, ଉଗ୍ରସେନ ପାଇଁ ୭ଜଣ ଓ ଦେବକୀ ଭୂମିକା ପାଇଁ ୮ଜଣ ଆବେଦନ କରିଛନ୍ତି ।

ପୂର୍ବତନ କଂସ ଗୋପାଳ ସାହୁ ଓ ଅନ୍ୟ ୨ଜଣଙ୍କ ବୟସ ୬୦ ବର୍ଷ ଉପରେ ହୋଇଥିବାରୁ ସେମାନଙ୍କୁ ବାଦ ଦିଆାଯାଇଛି । ଆବଦନ କରିଥିବା କଳାକାରଙ୍କ ଚୟନ ପ୍ରକ୍ରିୟା ଆସନ୍ତା ୭,୯ ଓ ୧୦ ତାରିଖ ତିନି ଦିନ ଧରି ଚାଲିବ । ତେବେ କେବଳ କଂସ ଭୂମିକା ୧୦ ତାରିଖ ଦିନ କଳାକାର ଚୟନ କରାଯିବ ବୋଲି ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ କୁହାଯାଇଛି ।

Related story