ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣାର ଆରଡିସି ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାରେ ଆରଡିସି ତଦନ୍ତ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ତଦନ୍ତର ପରିସର ନିର୍ଦ୍ଧାରିତ କରିବା ସହ ସାଧାରଣରୁ ସତ୍ୟପାଠ ପାଇଁ ଆହ୍ୱାନ କରାଯାଇଛି। ଜୁଲାଇ ୧୬ରୁ ୧୯ ତାରିଖ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ଆରଡିସି ବା ବରଗଡ଼ ଏଡିଏମ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ କରିହେବ। ଏହି ଘଟଣାରେ ଜୁଲାଇ ୨୮ରେ ମୌଖିକ ଜମାନବନ୍ଦୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି […]

bjp

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 06:56 PM IST

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାରେ ଆରଡିସି ତଦନ୍ତ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ତଦନ୍ତର ପରିସର ନିର୍ଦ୍ଧାରିତ କରିବା ସହ ସାଧାରଣରୁ ସତ୍ୟପାଠ ପାଇଁ ଆହ୍ୱାନ କରାଯାଇଛି। ଜୁଲାଇ ୧୬ରୁ ୧୯ ତାରିଖ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ଆରଡିସି ବା ବରଗଡ଼ ଏଡିଏମ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ କରିହେବ।

ଏହି ଘଟଣାରେ ଜୁଲାଇ ୨୮ରେ ମୌଖିକ ଜମାନବନ୍ଦୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣାରେ ସମ୍ପୃକ୍ତ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଗିରଫ ଦାବିରେ ଆଜି ବରଗଡ଼ ବିଜେପି ଶାଖା ପକ୍ଷରୁ ଏସ୍‌ପି ଅଫିସ୍‌ ଘେରାଉ କରାଯାଇଥିଲା। ବିକ୍ଷୋଭ ବେଳେ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ଶତାଧିକ କର୍ମୀଙ୍କୁ ପୋଲିସ ଗିରଫ କରିଛି।

Related story