- Videos
- Odisha
- ‘ଅଦିନିଆ ବର୍ଷାରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ବରଗଡ଼ ଜିଲ୍ଲା’
‘ଅଦିନିଆ ବର୍ଷାରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ବରଗଡ଼ ଜିଲ୍ଲା’
- Published: Thursday, 03 May 2018
- , Updated: 03 May 2018, 02:04 PM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଦିନିଆ ବର୍ଷାରେ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ବରଗଡ଼ ଜିଲ୍ଲା। ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ବୋଲି ଡେପୁଟି SRC ପ୍ରଭାତ ମହାପାତ୍ର ଏହି ସୂଚନା ଦେଇଛନ୍ତି।</p>
<p>ସେ ଆହୁରି କହିଛନ୍ତି,“ ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଓ ବରଗଡ଼ରେ ଗଛ ପଡ଼ି ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ଘର ଭଙ୍ଗା ସହାୟତା ବାବଦରେ ୫ ଲକ୍ଷ ୩୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେଲେ ସହାୟତା ଦିଆଯିବ। ତେବେ ତୁରନ୍ତ ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”</p>
<p>ଡେପୁଟି SRC ପ୍ରଭାତ ମହାପାତ୍ର ଆଉ କ’ଣ କହୁଛନ୍ତି ଶୁଣନ୍ତୁ-</p>