Advertisment

ଓଡ଼ିଶାରେ ଆଉ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ: ଲାଇନଚ୍ୟୁତ ହେଲା ମାଲବାହୀ

ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ଦୁର୍ଘଟଣା ସହିତ ଭାରତୀୟ ରେଳର କୌଣସି ସଂପର୍କ ନାହିଁ।

author-image
Jitendra Garnayak
ଅଦ୍ୟତନ ହୋଇଛି
Train

Train

ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲାର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳେ ବରଗଡ଼ ଜିଲ୍ଲାର ମେଣ୍ଢାପାଲି ନିକଟରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ଫଳରେ ୫ଟି ଡବା ଓଲଟି ପଡ଼ିଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

Advertisment

ଏହି ମାଲବାହୀ ଟ୍ରେନଟି ବରଗଡ଼ ଜିଲା ଡଙ୍ଗୁରିରୁ ଚୁନପଥର ନେଇ ଏସିସି ସିମେଣ୍ଟ କାରଖାନାକୁ ଯାଉଥିଲା।

ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ଦୁର୍ଘଟଣା ସହିତ ଭାରତୀୟ ରେଳର କୌଣସି ସଂପର୍କ ନାହିଁ। ଉକ୍ତ ମାଲବାହୀ ଟ୍ରେନଟି ଏକ ଘରୋଇ ସିମେଣ୍ଟ କମ୍ପାନୀର। ଆଉ ଏହାକୁ ଚଲାଇବା ପାଇଁ ଯାହା କିଛି ଭିତ୍ତିଭୂମିର ଆବଶ୍ୟକତା ରହିଛି, ତାହା ଉକ୍ତ କମ୍ପାନୀ କରିଛି। ସେହି କମ୍ପାନୀ ଉକ୍ତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ମଧ୍ୟ କରେ।

Advertisment

ଅନ୍ୟପକ୍ଷରେ ଗତ ଶୁକ୍ରବାର ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୩୦୦ରୁ ଅଧିକ ଲୋକ ଏବେ ବି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ମୃତକଙ୍କ ମଧ୍ୟରୁ ଅନେକଙ୍କୁ ଏଯାବତ ଚିହ୍ନଟ କରାଯାଇପାରି ନଥିବା ବେଳେ ମୃତଦେହଗୁଡ଼ିକ ବିଭିନ୍ନ ଡାକ୍ତରଖାନାର ଶବଗୃହରେ ରହିଛି। ଓଡ଼ିଶା ଇତିହାସରେ ଏହା ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣା।

Train Accident Goods Train Accident