ବ୍ରହ୍ମପୁର: ବିଜେପି କର୍ମୀଙ୍କୁ ଅଟକ ଓ ମାଡ଼ ପ୍ରତିବାଦରେ ରାସ୍ତାରୋକ

ବ୍ରହ୍ମପୁର: ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆଜି ଦିନିକିଆ କୁକୁଡ଼ାଖଣ୍ଡି ବ୍ଲକ ଯୋଗିଆପଲ୍ଲୀ ଓ ଗୁରୁଣ୍ଠି ଗସ୍ତରେ ଯାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନିମଖଣ୍ଡି ଫାଣ୍ଡି ପୋଲିସ୍‌ ବିଜେପି କର୍ମୀଙ୍କୁ ଅଟକ ରଖିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ନିମଖଣ୍ଡି ମୁଖ୍ୟରାସ୍ତାକୁ ଅବରୋଧ କରିବା ସହିତ ଆକ୍ରମଣକରୀ ପୋଲିସ୍‌ ଅଧିକାରୀଙ୍କୁ ଗିରଫ ଦାବି କରିଥିଲେ। ଘଟଣାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ […]

bjp protest agnest gopalpur mla

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 05:49 PM IST

ବ୍ରହ୍ମପୁର: ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆଜି ଦିନିକିଆ କୁକୁଡ଼ାଖଣ୍ଡି ବ୍ଲକ ଯୋଗିଆପଲ୍ଲୀ ଓ ଗୁରୁଣ୍ଠି ଗସ୍ତରେ ଯାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନିମଖଣ୍ଡି ଫାଣ୍ଡି ପୋଲିସ୍‌ ବିଜେପି କର୍ମୀଙ୍କୁ ଅଟକ ରଖିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ନିମଖଣ୍ଡି ମୁଖ୍ୟରାସ୍ତାକୁ ଅବରୋଧ କରିବା ସହିତ ଆକ୍ରମଣକରୀ ପୋଲିସ୍‌ ଅଧିକାରୀଙ୍କୁ ଗିରଫ ଦାବି କରିଥିଲେ। ଘଟଣାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ପାଣିଗ୍ରାହୀ ଯୋଗିଆପଲ୍ଲୀ ଓ ଗୁରୁଣ୍ଠିଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟର ନୂତନ କୋଠା ଲୋକାର୍ପିତ କରିଥିଲେ। ପରେ ଗୁରୁଣ୍ଠିଠାରେ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସହାୟତା ଉପକରଣ ବଣ୍ଟନ କରିଥିଲେ।

Related story