ଭୋପାଳରୁ ଆସିଲା ସ୍ୱାବ୍ ରିପୋର୍ଟ: ମଧୁପୁର ଜଙ୍ଗଲରେ ମୃତ ମୟୂର ବାର୍ଡ ଫ୍ଲ୍ୟୁ ଆକ୍ରାନ୍ତ ନ ଥିଲେ

ଭୁବନେଶ୍ୱର: ଖୋର୍ଦ୍ଧା ମଧୁପୁର ଜଙ୍ଗଲରେ ମୟୂର ମୃତ୍ୟୁ ଘଟଣାର ସ୍ୱାବ୍ ରିପୋର୍ଟ ଭୋପାଳରୁ ଆସିଛି। ଏଥିରେ ମୟୂରଗୁଡିକ ବାର୍ଡ ଫ୍ଲ୍ୟୁରେ ମରି ନ ଥିବା ସ୍ପଷ୍ଟ ହୋଇଛି। ତେବେ ମୟୂରଗୁଡିକର ମୃତ୍ୟୁ ବିଷକ୍ରିୟା ଯୋଗୁ ହୋଇଛି କି ନାହିଁ ଜାଣିବାକୁ ଓୟୁଏଟି ତଦନ୍ତ କରିବ ବୋଲି ପଶୁ ସମ୍ପଦ ବିଭାଗ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଗତ ୮ତାରିଖରେ ମଧୁପୁର ଗ୍ରାମ୍ୟ ଜଙ୍ଗଲରେ ମୟୂର ମରି ପଡିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। […]

khorda1

Rakesh Mallick
  • Published: Tuesday, 15 December 2015
  • , Updated: 15 December 2015, 12:46 PM IST

ଭୁବନେଶ୍ୱର: ଖୋର୍ଦ୍ଧା ମଧୁପୁର ଜଙ୍ଗଲରେ ମୟୂର ମୃତ୍ୟୁ ଘଟଣାର ସ୍ୱାବ୍ ରିପୋର୍ଟ ଭୋପାଳରୁ ଆସିଛି। ଏଥିରେ ମୟୂରଗୁଡିକ ବାର୍ଡ ଫ୍ଲ୍ୟୁରେ ମରି ନ ଥିବା ସ୍ପଷ୍ଟ ହୋଇଛି। ତେବେ ମୟୂରଗୁଡିକର ମୃତ୍ୟୁ ବିଷକ୍ରିୟା ଯୋଗୁ ହୋଇଛି କି ନାହିଁ ଜାଣିବାକୁ ଓୟୁଏଟି ତଦନ୍ତ କରିବ ବୋଲି ପଶୁ ସମ୍ପଦ ବିଭାଗ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ଗତ ୮ତାରିଖରେ ମଧୁପୁର ଗ୍ରାମ୍ୟ ଜଙ୍ଗଲରେ ମୟୂର ମରି ପଡିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ୨୦ଟି ମୟୂରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାସହ ଗୋଟିଏ ଲେଖାଏଁ ବଗ ଓ କୁଆଙ୍କ ମୃତ୍ୟୁ ଘଟିଥିଲା। ଏତେ ସଂଖ୍ୟାରେ ମୟୂରଙ୍କ ମୃତ୍ୟୁ ସେତେବେଳେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ମୃତ୍ୟୁର କାରଣ ଜାଣିବାକୁ ଭୋପାଳକୁ ନମୁନା ପଠାଯାଇଥିଲା। ତେବେ ପ୍ରଥମେ ପଠା ଯାଇଥିବା ନମୁନା ନଷ୍ଟ ହୋଇଯାଇଥିବାରୁ ପୁଣି ଦ୍ୱିତୀୟ ଥର ନମୁନା ପଠା ଯାଇଥିଲା। ଏହାର ରିପୋର୍ଟ ଆଜି ପଶୁ ସମ୍ପଦ ବିଭାଗକୁ ଆସିଛି।

ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରୁ ଆଜି ଏକ ଅସୁସ୍ଥ ମୟୂର ଉଦ୍ଧାର କରାଯାଇଛି। ଯାହା ବନ ବିଭାଗର ଚିନ୍ତା ବଢାଇ ଦେଇଛି। କୌଣସି ଏକ ଅଜଣା ରୋଗ ଯୋଗୁ ଜଙ୍ଗଲରେ ମୟୂରମାନେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ଜଙ୍ଗଲ ଭିତରେ ଅସୁସ୍ଥ ଥିବା ମୟୂରମାନଙ୍କୁ ଖୋଜିବା ଆରମ୍ଭ କରାଯାଇଛି। ଉଦ୍ଧାର ମୟୂରର ଚିକିତ୍ସା ଓ ରୋଗ ଚିହ୍ନଟ ପକ୍ରିୟା ଆରମ୍ଭ କରିଛି।

Related story