ବରଗଡ଼: ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

ବରଗଡ଼: ବରଗଡ଼ ଜିଲ୍ଲାରୁ ପୁଣି ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଆଜି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ଜଣଙ୍କ ହେଲେ ବିଜେପୁର ବ୍ଲକ ବେନିଆଁଚାଲ ଗାଁର ଅଶ୍ୱିନୀ ଚିରଗୁଣା। ଅଭିଯୋଗ ଅନୁସାରେ ଅଶ୍ୱିନୀଙ୍କର ନିଜର ଜମି ନାହିଁ। ସେ ଭାଗରେ ଜମି ଆଣି ଚାଷ କରିଥିଲେ। ଏଥିପାଇଁ ପ୍ରାୟ ଏକ ଲକ୍ଷ ଟଙ୍କା ଋଣ କରିଥିଲେ। ତେବେ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ତାଙ୍କର ଫସଲ ଉଜୁଡି ଯିବାରୁ ସେ ଋଣ ଟଙ୍କା […]

bargarh

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 07:40 PM IST

ବରଗଡ଼: ବରଗଡ଼ ଜିଲ୍ଲାରୁ ପୁଣି ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଆଜି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ଜଣଙ୍କ ହେଲେ ବିଜେପୁର ବ୍ଲକ ବେନିଆଁଚାଲ ଗାଁର ଅଶ୍ୱିନୀ ଚିରଗୁଣା।

ଅଭିଯୋଗ ଅନୁସାରେ ଅଶ୍ୱିନୀଙ୍କର ନିଜର ଜମି ନାହିଁ। ସେ ଭାଗରେ ଜମି ଆଣି ଚାଷ କରିଥିଲେ। ଏଥିପାଇଁ ପ୍ରାୟ ଏକ ଲକ୍ଷ ଟଙ୍କା ଋଣ କରିଥିଲେ। ତେବେ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ତାଙ୍କର ଫସଲ ଉଜୁଡି ଯିବାରୁ ସେ ଋଣ ଟଙ୍କା ଶୁଝି ପାରି ନ ଥିଲେ। ଋଣ ଟଙ୍କା ଶୁଝିବାକୁ ଲୋକେ ତାଙ୍କୁ ବାରମ୍ବାର ଦାବି କରିବା ସହ ନାନା କଥା ଶୁଣାଉ ଥିଲେ। କିଛିଦିନ ହେବ ସେ ମାନସିକ ଅଶାନ୍ତିରେ ଥିଲେ। ଫଳରେ ସେ ବିଷ ପିଇ ଦେଇଥିଲେ।

ମୃତ ଅଶ୍ୱିନୀଙ୍କ ପତ୍ନୀ ରାଜକୁମାରୀ ଚିରଗୁଣା କହିଛନ୍ତି,“୧୨ ଏକର ଜମି ଭାଗଚାଷ କରିଥିଲୁ। ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଫସଲ ଉଜୁଡି ଗଲା। ଋଣ ଦେଇଥିବା ଲୋକେ ବାରମ୍ବାର ଘରକୁ ଆସି ଟଙ୍କା ଦେବାକୁ ତାଗିତ କରୁଥିଲେ। ଫଳରେ ସେ ବିଷ ପିଇ ଆତ୍ମହତ୍ୟା କରିଦେଲେ।”

Related story