ଚେକିଂ ନାଁରେ ଲୁଟ୍‌ ମାମଲା: ୨ ପୋଲିସ୍‌ ନିଲମ୍ବିତ, ହୋମଗାର୍ଡ ବରଖାସ୍ତ

ବରଗଡ଼: ଚେକିଂ ନାଁରେ ଲୁଟ୍‌ କରିବା ବରଗଡ଼ର ୨ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ହୋମଗାର୍ଡଙ୍କ ପାଇଁ ମହଙ୍ଗା ପଡିଛି। ଏହି ମାମଲାରେ ଏସ୍‌ଆଇ ଧବଳେଶ୍ୱର ସାହୁ, କନଷ୍ଟେବଳ ହେମନ୍ତ ଦାସଙ୍କୁ ନିଲମ୍ବନ କରାଯାଇଥିବା ବେଳେ ହୋମଗାର୍ଡ ବସନ୍ତ ଜେନାଙ୍କୁ ବରଖାସ୍ତା କରାଯାଇଛି। ଆଜି ସକାଳେ ହେମନ୍ତ ଏବଂ ବସନ୍ତଙ୍କ ସହ ପୋଲିସ୍‌ ଇନଫର୍ମର ଦୁର୍ଗା ପ୍ରସାଦକୁ ଗିରଫ କରାଯାଇଥିଲା। ଗତ ୨୩ ତାରିଖ ସକାଳ ପ୍ରାୟ ସାଢ଼େ ୮ଟାରେ ରାୟପୁରର ବ୍ୟବସାୟୀ ସୁଧୀର ଛେତ୍ରୀ […]

bargarh

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 11:02 PM IST

ବରଗଡ଼: ଚେକିଂ ନାଁରେ ଲୁଟ୍‌ କରିବା ବରଗଡ଼ର ୨ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ହୋମଗାର୍ଡଙ୍କ ପାଇଁ ମହଙ୍ଗା ପଡିଛି। ଏହି ମାମଲାରେ ଏସ୍‌ଆଇ ଧବଳେଶ୍ୱର ସାହୁ, କନଷ୍ଟେବଳ ହେମନ୍ତ ଦାସଙ୍କୁ ନିଲମ୍ବନ କରାଯାଇଥିବା ବେଳେ ହୋମଗାର୍ଡ ବସନ୍ତ ଜେନାଙ୍କୁ ବରଖାସ୍ତା କରାଯାଇଛି। ଆଜି ସକାଳେ ହେମନ୍ତ ଏବଂ ବସନ୍ତଙ୍କ ସହ ପୋଲିସ୍‌ ଇନଫର୍ମର ଦୁର୍ଗା ପ୍ରସାଦକୁ ଗିରଫ କରାଯାଇଥିଲା।

ଗତ ୨୩ ତାରିଖ ସକାଳ ପ୍ରାୟ ସାଢ଼େ ୮ଟାରେ ରାୟପୁରର ବ୍ୟବସାୟୀ ସୁଧୀର ଛେତ୍ରୀ ସିଜି୦୪-୯୫୫୪ କାରରେ ଛତିଶଗଡ଼ରୁ ଯାଜପୁର ଆସୁଥିଲେ। ବରଗଡ଼ଠାରୁ ୧୦ କିମି ଦୂର ବରାଗୁଡ଼ା ଟୋଲଗେଟ୍ ନିକଟରେ ଚେକିଂ ବାହାନାରେ ପୋଲିସ ଦୁର୍ଗା ଓ ହେମନ୍ତ ଅଟକାଇ ଗାଡ଼ିରେ ଥିବା ୩ ଲକ୍ଷ ୮୨ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ସମ୍ପର୍କରେ ପଚାରିଥିଲେ। ଏହି ଟଙ୍କା ସ୍କ୍ରାପ୍ ବ୍ୟବସାୟ ପାଇଁ ନେଉଥିବା ସୁଧୀର କହିଥିଲେ। ହେଲେ ସେମାନେ ସୁଧୀର ଓ ତାଙ୍କ ଡ୍ରାଇଭରଙ୍କୁ ଏକ ଫାଣ୍ଡିକୁ ନେଇଥିଲେ। ସେଠାରେ ପହଞ୍ଚିଥିଲେ ଏସ୍ଆଇ ଧବଳେଶ୍ୱର ସାହୁ। ସମସ୍ତେ ମିଶି ସୁଧୀରଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ। ସେଥିରୁ ୮୦ ହଜାର ଟଙ୍କା ଫେରାଇବା ସହ ଭିଡିଓ ରେକର୍ଡିଂ କରିଥିଲେ।

ସୁଧୀର ରାୟପୁର ଫେରି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଗତକାଲି ବରଗଡ଼ ଆସି ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ।

ଘଟଣାର ଅନ୍ୟତମ ନାୟକ ଏସ୍ଆଇ ଧବଳେଶ୍ୱର ସାହୁ ଫେରାର ଅଛି।

Related story