ଭଡ଼ା ଘରେ ଚାଲିଥିଲା କଫ୍‌ ସିରପ କାରବାର, ଦମ୍ପତି ଗିରଫ

ବରଗଡ଼ (ଦୀପକ ଶର୍ମା): ଭଡ଼ା ଘରେ ହେଉଥିଲା କଫ୍‌ସିରପ କାରବର। ବରଗଡ଼ ସଦର ଥାନା ପୁଲିସ ପର୍ଯ୍ୟପ୍ତ ପରିମାଣର କଫ୍‌ ସିରଫ ଓ ନିଶା ବଟିକା ଜବତ କରିଥିଲା। ଏଥିସହ ଦମ୍ପତିଙ୍କୁ ଗିରଫ କରିଥିଲା। ବରଗଡ଼ ଟାଉନ୍‌ ୧୧ ନମ୍ୱର ୱାର୍ଡରେ ଥିବା ଏକ ଭଡ଼ା ଘରେ ଗତ ୧୫ ଦିନ ହେଲା ରହୁଥିଲେ ଶ୍ୟାମ ମେହେର, ଯମୁନା ମେହେର ଓ ଝିଅ ପିଙ୍କି ମେହେରା। ଏମାନେ ସେଠାରେ ରହି କଫ୍‌ ସିରପ କାରବାର କରୁଥିଲେ। ଏ […]

Bargarh

Manoranjan Sial
  • Published: Monday, 11 July 2022
  • , Updated: 11 July 2022, 06:00 PM IST

ବରଗଡ଼ (ଦୀପକ ଶର୍ମା): ଭଡ଼ା ଘରେ ହେଉଥିଲା କଫ୍‌ସିରପ କାରବର। ବରଗଡ଼ ସଦର ଥାନା ପୁଲିସ ପର୍ଯ୍ୟପ୍ତ ପରିମାଣର କଫ୍‌ ସିରଫ ଓ ନିଶା ବଟିକା ଜବତ କରିଥିଲା। ଏଥିସହ ଦମ୍ପତିଙ୍କୁ ଗିରଫ କରିଥିଲା।

ବରଗଡ଼ ଟାଉନ୍‌ ୧୧ ନମ୍ୱର ୱାର୍ଡରେ ଥିବା ଏକ ଭଡ଼ା ଘରେ ଗତ ୧୫ ଦିନ ହେଲା ରହୁଥିଲେ ଶ୍ୟାମ ମେହେର, ଯମୁନା ମେହେର ଓ ଝିଅ ପିଙ୍କି ମେହେରା। ଏମାନେ ସେଠାରେ ରହି କଫ୍‌ ସିରପ କାରବାର କରୁଥିଲେ। ଏ ସମ୍ପର୍କରେ ଟାଉନ୍‌ ଥାନା ପୁଲିସ ଜାଣିପାରି ଆଜି ଅଚାନକ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ଉକ୍ତ ଘରୁ ୨୩୨୫ ବୋତଲ କଫ୍‌ ସିରଫ୍‌, ୫ ଷ୍ଟ୍ରିପ୍‌ ନିଶା ବଟିକା ଓ ୨ ବୋତଲ ଅପମିଶ୍ରିତ ଲିକ୍ୟୁଡ୍‌ ଜବତ କରିଥିଲା। ଏହି ମାମଲାରେ ପୁଲିସ୍‌ ଶ୍ୟାମ ମେହେର ଓ ଯମୁନା ମେହେରଙ୍କୁ ଗିରଫ କରିଥିଲା। ମାତ୍ର ଚଢ଼ଉ ସମ୍ପର୍କରେ ଖବର ପାଇଁ ଶ୍ୟାମଙ୍କ ଝିଅ ଚମ୍ପଟ ମାରିଥିବା ଆଲୋଚନା ହେଉଛି।

Related story