୫ ଚୋରଙ୍କୁ ବାନ୍ଧିଲା ପୁଲିସ୍‌, ଚୋରି ଗାଡ଼ି ଜବତ

ବରଗଡ଼(ଦୀପକ ଶର୍ମା): ଗତ ୧୫ ଦିନ ହେଲା ବରଗଡ଼ ଟାଉନ୍‌ରେ ଉତ୍ପାତ କରୁଥିଲେ ଚୋର। ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ କେତେବେଳେ ସୁନା ଚେନ୍‌ ଝାମ୍ପି ନେଉଥିଲେ ତ ଆଉ କେତେବେଳେ ମାରଣାସ୍ତ୍ର ଦେଖାଇ ଗାଡ଼ି ଲୁଟି ନେଉଥିଲେ। ଆଜି ଏହି ଗ୍ୟାଙ୍କର ପର୍ଦ୍ଦାଫାସ କରିଛି ପୁଲିସ। ୫ ଚୋରଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଜବତ କରିଛି। ଲୁଟ୍‌ ନେଇ ବରଗଡ଼ ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର […]

baragarh.jpg1

Manoranjan Sial
  • Published: Thursday, 17 September 2020
  • , Updated: 17 September 2020, 04:42 PM IST

ବରଗଡ଼(ଦୀପକ ଶର୍ମା): ଗତ ୧୫ ଦିନ ହେଲା ବରଗଡ଼ ଟାଉନ୍‌ରେ ଉତ୍ପାତ କରୁଥିଲେ ଚୋର। ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ କେତେବେଳେ ସୁନା ଚେନ୍‌ ଝାମ୍ପି ନେଉଥିଲେ ତ ଆଉ କେତେବେଳେ ମାରଣାସ୍ତ୍ର ଦେଖାଇ ଗାଡ଼ି ଲୁଟି ନେଉଥିଲେ। ଆଜି ଏହି ଗ୍ୟାଙ୍କର ପର୍ଦ୍ଦାଫାସ କରିଛି ପୁଲିସ। ୫ ଚୋରଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଜବତ କରିଛି।

ଲୁଟ୍‌ ନେଇ ବରଗଡ଼ ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ସେହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ପୁଲିସ ୫ ଚୋରଙ୍କୁ ଧରିବା ସହିତ ସେମାନଙ୍କଠାରୁ ୪ଟି ଚାରି ଚକିଆ ଗାଡ଼ି, ୨ଟି ମୋଟର ସାଇକେଲ୍‌, ସାଇକେଲ୍‌, ୧୮ଟି ମୋବାଇଲ୍‌, ସୁନା ଚେନ, ୪୮୦୦ ଟଙ୍କା ଓ ଦୁଇଟି ଛୁରି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଗଶିର ମହାନନ୍ଦ, ରାଜା ହାତୀ, କିଶୋର ମେହେର, ରୋହିତ ମେହେର ଓ ବିଜେ ବାଗ୍‌। ଏମାନଙ୍କ ନାଁରେ ଟାଉନ୍‌ ଥାନା, ବୁର୍ଲା, ଅତାବିରା ଥାନାରେ ମାମଲା ରହିଛି। ଏନେଇ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Related story