ବ୍ଲକ ଦଖଲ ପାଇଁ ଚାଲିଛି ଡିଲ୍‌!

ଭୁବନେଶ୍ୱର: ବ୍ଲକ ଦଖଲ ପାଇଁ ଚାଲିଛି ଡିଲ୍‌। ବିଜୟୀ ସମିତି ସଭ୍ୟଙ୍କୁ ନେତାମାନେ ପାଖରେ ରଖିଛନ୍ତି। ଆଉ କିଛି ନେତା ସମିତି ସଭ୍ୟଙ୍କୁ କିଣିବା ପାଇଁ ମୁଲଚାଲ କରୁଛନ୍ତି। ବ୍ଲକ ଦଖଲ ପାଇଁ ଆଉ ରହିଛି ଦୁଇ ଦିନ। ନିଜ ସପକ୍ଷରେ ସମିତି ସଭ୍ୟଙ୍କୁ ନେବାପାଇଁ ନେତାମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ପାୱାରରେ ଥିବା ପାର୍ଟିରୁ ସମିତି ସଭ୍ୟ ଆଣିବାର କଳା କହୁଛନ୍ତି ନେତା। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଜଣେ ବିଜୟୀ ଜିଲ୍ଲାପରିଷଦ ସଭ୍ୟ ବ୍ଲକ ଦଖଲ […]

karange

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 11:06 PM IST

ଭୁବନେଶ୍ୱର: ବ୍ଲକ ଦଖଲ ପାଇଁ ଚାଲିଛି ଡିଲ୍‌। ବିଜୟୀ ସମିତି ସଭ୍ୟଙ୍କୁ ନେତାମାନେ ପାଖରେ ରଖିଛନ୍ତି। ଆଉ କିଛି ନେତା ସମିତି ସଭ୍ୟଙ୍କୁ କିଣିବା ପାଇଁ ମୁଲଚାଲ କରୁଛନ୍ତି।

ବ୍ଲକ ଦଖଲ ପାଇଁ ଆଉ ରହିଛି ଦୁଇ ଦିନ। ନିଜ ସପକ୍ଷରେ ସମିତି ସଭ୍ୟଙ୍କୁ ନେବାପାଇଁ ନେତାମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ପାୱାରରେ ଥିବା ପାର୍ଟିରୁ ସମିତି ସଭ୍ୟ ଆଣିବାର କଳା କହୁଛନ୍ତି ନେତା। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଜଣେ ବିଜୟୀ ଜିଲ୍ଲାପରିଷଦ ସଭ୍ୟ ବ୍ଲକ ଦଖଲ ପାଇଁ ଅନ୍ୟ ଦଳ ସମର୍ଥିତ ସମିତି ସଭ୍ୟଙ୍କୁ ନିଜ ସପକ୍ଷରେ ନେବା ପାଇଁ ମୁଲଚାଲ କରୁଛନ୍ତି। ଲକ୍ଷେରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେଉଛି ମୁଲଚାଲ।

ନିମାପଡ଼ା ବ୍ଲକ ହାତରୁ ଖସିଯିବା ଭୟ ଘାରିଛି ବିଧାୟକ ସମୀର ରଞ୍ଜନ ଦାଶଙ୍କୁ। ସେଥିପାଇଁ ସେ ୨୦ ଜଣ ସମିତି ସଭ୍ୟ ଓ ତାଙ୍କ ପରିବାର ଲୋକଙ୍କୁ ନିଜ ଘରେ ରଖିଛନ୍ତି। ଖାଇବାକୁ ମଧ୍ୟ ଦେଉଛନ୍ତି।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାୟକ ବିଜୟ ନାୟକଙ୍କୁ ଘାରିଛି ଘୋଡ଼ା ବେପାର ଭୟ। ତେଣୁ ଠାକୁରମୁଣ୍ଡା ଓ କରଞ୍ଜିଆ ବ୍ଲକରୁ ନିଜ ସମର୍ଥିତ ସମିତି ସଭ୍ୟଙ୍କୁ ଆଣି ଭୁବନେଶ୍ୱରରେ ରଖିଛନ୍ତି। ଠାକୁରମୁଣ୍ଡାରେ ୧୮ରୁ ୧୦ ଜଣ ଓ କରଞ୍ଜିଆରେ ୧୫ରୁ ୮ ଜଣ ସମିତି ସଭ୍ୟଙ୍କୁ ୧୫ ଦିନ ଧରି ବିଧାୟକ ନିଜ ହେପାଜତରେ ରଖିଛନ୍ତି।

ଟିଟିଲାଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ତାଙ୍କ ଘରେ ନିଜ ସମର୍ଥିତ ବିଜୟୀ ସମିତିସଭ୍ୟଙ୍କୁ ରଖିଛନ୍ତି। ଜିତିବା ପରଠାରୁ ପରିବାର ସହ ୧୩ ଜଣ ସମିତିସଭ୍ୟ ଭୋଇଙ୍କ ପାଖରେ ରହୁଛନ୍ତି।

ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କହିଛନ୍ତି,“ମୁଁ ଯେଉଁ ଜାଗରେ ରହେ ସେଠାରେ ସମିତି ସଭ୍ୟମାନେ ରହୁଛନ୍ତି। କେଉଁଠାରେ ଲୋଚାଇ ରଖୁନାହିଁ।”

ଲୁଚାଛପା ଡିଲ ଓ କିଣାବିକା ଭିତରେ କେହିକେହି ବିଧାୟକ ଖୁଲମ୍‌ ଖୁଲା ସମିତି ସଭ୍ୟଙ୍କୁ ଧରି ଶକ୍ତି ପ୍ରଦର୍ଶନ କରୁଛନ୍ତି। କଟକ ଜିଲ୍ଲା ବାରଙ୍ଗ ବ୍ଲକର ବିଜୟୀ ସମିତି ସଭ୍ୟଙ୍କୁ ନେଇ ପୁରୀରେ ରଖିଥିବା ବିଧାୟକ ପ୍ରମୋଦ ମଲ୍ଲିକ। ବ୍ଲକ ଦଖଲ ପାଇଁ ସେ ମଧ୍ୟ ଦମ୍ଭୋକ୍ତି ଦେଖାଉଛନ୍ତି।

Related story