ବାରିପଦା: ବୋମା ବିସ୍ଫୋରଣରେ ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣମରା ଗାଁରେ ଆଜି ବୋମା ବିସ୍ଫୋରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କାନ୍ଦରା କିସ୍କୁ ଓ ଅନିଲ ହେମ୍ବ୍ରମ। ଏହି ଦୁଇ ଜଣ ଗ୍ରାମବାସୀଙ୍କ ସହ ମିଶି କେନାଲରେ ବୋମା ପକାଇ ମାଛ ମାରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ଅନିଲଙ୍କ ମୃତ୍ୟୁ ଘଟିଥିବା ବେଳେ କାନ୍ଦରାଙ୍କୁ ସ୍ଥାନୀୟ କିସାନତାଣ୍ଡ ଡାକ୍ତରଖାନା ଆଣିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିମାନଙ୍କ ଛାତି […]

baripada

Rakesh Mallick
  • Published: Tuesday, 18 October 2016
  • , Updated: 19 October 2016, 08:39 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣମରା ଗାଁରେ ଆଜି ବୋମା ବିସ୍ଫୋରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କାନ୍ଦରା କିସ୍କୁ ଓ ଅନିଲ ହେମ୍ବ୍ରମ।

ଏହି ଦୁଇ ଜଣ ଗ୍ରାମବାସୀଙ୍କ ସହ ମିଶି କେନାଲରେ ବୋମା ପକାଇ ମାଛ ମାରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ଅନିଲଙ୍କ ମୃତ୍ୟୁ ଘଟିଥିବା ବେଳେ କାନ୍ଦରାଙ୍କୁ ସ୍ଥାନୀୟ କିସାନତାଣ୍ଡ ଡାକ୍ତରଖାନା ଆଣିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିମାନଙ୍କ ଛାତି ଓ ମୁଣ୍ଡରେ ଶକ୍ତ ଆଘାତ ଲାଗି ମାଂସ ଓ ଖପୁରି ଉଡିଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳର ସ୍ଥାନୀୟ ପୋଲିସ୍‌ ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି।

Related story