ବାରିପଦା: ଛାତ୍ର ଅଶାନ୍ତି ପରେ ଏମପିସି ଜୁନିୟର କଲେଜରେ ନିର୍ବାଚନ ବାତିଲ, ସାଇନ ଏ ଡାଏ ଘୋଷଣା

ବାରିପଦା: କଲେଜ ନିର୍ବାଚନ ଲାଗି ଗତକାଲି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା । ଗତକାଲି ବାରିପଦା ଏମପିସି ଜୁନିୟର କଲେଜରେ ଦେଖା ଦେଇଥିବା ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ଆଜି କଲେଜ କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ କରିଦେଇଛନ୍ତି । ଏପରି କି କଲେଜ କର୍ତ୍ତୃପକ୍ଷ କଲେଜକୁ ସାଇନ ଏ ଡାଏ ଘୋଷଣା କରିଛନ୍ତି । ଗତକାଲି ପ୍ରାର୍ଥିପତ୍ର ଖାରଜ ହେବାକୁ ନେଇ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ […]

baripada

Rakesh Mallick
  • Published: Wednesday, 07 October 2015
  • , Updated: 07 October 2015, 07:04 AM IST

ବାରିପଦା: କଲେଜ ନିର୍ବାଚନ ଲାଗି ଗତକାଲି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା । ଗତକାଲି ବାରିପଦା ଏମପିସି ଜୁନିୟର କଲେଜରେ ଦେଖା ଦେଇଥିବା ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ଆଜି କଲେଜ କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ କରିଦେଇଛନ୍ତି । ଏପରି କି କଲେଜ କର୍ତ୍ତୃପକ୍ଷ କଲେଜକୁ ସାଇନ ଏ ଡାଏ ଘୋଷଣା କରିଛନ୍ତି ।

ଗତକାଲି ପ୍ରାର୍ଥିପତ୍ର ଖାରଜ ହେବାକୁ ନେଇ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ। ନାମାଙ୍କନପତ୍ର ଯାଞ୍ଚ ବେଳେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଛାତ୍ରମାନେ କଲେଜ ଆଗରେ ଏକାଠି ହୋଇ ସ୍ଲୋଗାନ ଦେଇଥିଲେ।

Related story