ବାରିପଦା (ମାଣିକଲାଲ୍ ପାଣି): ଆକାଶରେ ବହୁ ଷ୍ଟାର୍ ଅଛନ୍ତି। କିନ୍ତୁ ମୁନ୍ ଗୋଟିଏ। ସେଥିପାଇଁ ମୁଁ ଚାହୁଁଛି ମୁନ୍ ହୋଇ ବାହାରିବି। ‘ମିସ୍ ଇଣ୍ଡିଆ ଓପେରା’ ମୁକୁଟ ପିନ୍ଧିବା ପରେ ଏମିତି କହିଛନ୍ତି କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜର ଝିଅ ଶୁଭାଙ୍ଗୀ ଜାନା।
[caption id="attachment_618526" align="aligncenter" width="650"]
‘ମିସ୍ ଅପେରା ସିଜିନ୍-୨’ ଅନ୍ ଲାଇନ୍ରେ ଭର୍ଚୁଆଲରେ ହୋଇଥିଲା। ଏଥିରେ ଶୁଭାଙ୍ଗି ଜାନା ଭାଗ ନେଇଥିଲେ। ତେବେ ଗତ ୭ ତାରିଖରେ ଏହାର ଫାଇନାଲ୍ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ସୁନ୍ଦରୀ ଭାଗ ନେଇଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଶୁଭାଙ୍ଗୀ ‘ମିସ୍ ଇଣ୍ଡିଆ ଓପେରା’ ମୁକୁଟ ହାତେଇଛନ୍ତି। ଆଉ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ। ସଫଳତା ପଛରେ ବାପା-ମା’ଙ୍କ ସମେତ ଫଟୋଗ୍ରାଫର, ଡିଜାଇନର ଓ ମେକପ୍ ଆଟିଷ୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି ଶୁଭାଙ୍ଗୀ।
ଶୁଭାଙ୍ଗୀ ଏବେ ବାରିପଦା କଲେଜରେ ଯୁକ୍ତ ତିନି କଳାର ଦ୍ୱିତୀୟ ବର୍ଷର ଛାତ୍ରୀ। ସେ କଳିଙ୍ଗ ସୁନ୍ଦରୀ ପ୍ରତିଯୋଗିତାରେ ଫାଷ୍ଟ ହୋଇଥିଲେ।