୪୩ ଡିଗ୍ରୀ ଉପରେ ୩ ଜିଲ୍ଲାରେ ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସହ୍ୟ ହେଲାଣି ଗୁଳୁଗୁଳି। ପାରଦ ୪୪ ଡିଗ୍ରୀ ଉପରକୁ ଡେଇଁଲାଣି। ସକାଳ ୯ ନହେଉଣି ବହୁଛି ଝାଞ୍ଜି। ଶୁକ୍ରବାର ୩ ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା। ୧୬ ସହରର ତାତି ୪୦ ଡିଗ୍ରୀ ଉପରେ ରହିଥିଲା। ସର୍ବାଧିକ ତାତି ବାରିପଦା ସହରରେ ଅନୁଭୂତ ହୋଇଥିଲା। ଏଠି ଆଜି ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ରିପୋର୍ଟ ମୁତାବକ, ସୋନପୁରରେ ୪୩.୨ ଓ ବଲାଙ୍ଗିରରେ ୪୩ ଡିଗ୍ରୀ ସେଲସିୟସ […]

sun

sun

Niranjan Mishra
  • Published: Friday, 15 April 2022
  • , Updated: 15 April 2022, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସହ୍ୟ ହେଲାଣି ଗୁଳୁଗୁଳି। ପାରଦ ୪୪ ଡିଗ୍ରୀ ଉପରକୁ ଡେଇଁଲାଣି। ସକାଳ ୯ ନହେଉଣି ବହୁଛି ଝାଞ୍ଜି। ଶୁକ୍ରବାର ୩ ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା। ୧୬ ସହରର ତାତି ୪୦ ଡିଗ୍ରୀ ଉପରେ ରହିଥିଲା। ସର୍ବାଧିକ ତାତି ବାରିପଦା ସହରରେ ଅନୁଭୂତ ହୋଇଥିଲା। ଏଠି ଆଜି ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ରିପୋର୍ଟ ମୁତାବକ, ସୋନପୁରରେ ୪୩.୨ ଓ ବଲାଙ୍ଗିରରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଠିକ୍‌ ସେହିପରି ଅନୁଗୋଳରେ ୪୨.୯, ଝାରସୁଗୁଡ଼ାରେ ୪୨.୭, ବୌଦ୍ଧରେ ୪୨.୫, ସୁନ୍ଦରଗଡ଼ରେ ୪୨, ସମ୍ବଲପୁର ଓ ଟିଟିଲାଗଡ଼ରେ ୪୧.୮, ତାଳଚେରରେ ୪୧.୬, ପାରଳାଖେମୁଣ୍ଡିରେ ୪୧, ଭବାନୀପାଟଣାରେ ୪୦.୮, ହୀରାକୁଦରେ ୪୦.୬, କେନ୍ଦୁଝରରେ ୪୦.୩, ମାଲକାନଗିରିରେ ଓ ଭଦ୍ରକରେ ୪୦ ଡିଗ୍ରୀ, କଟକରେ ୩୯ ଏବଂ ଭୁବନେଶ୍ୱରରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।

Related story