ବାରିପଦା: ବଜ୍ରପାତରେ ୫  ମୃତ, ୬ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ  ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବଡ଼ପେଟା ଗାଁର ସୁକୁଲ ମୁର୍ମୁ, ମାନସିଂହ ସୋରେନ, ବଡ଼ସାହି ବ୍ଲକର ଓମବାରି ଟୁଡୁ, ଉଡୁରୁବଣି ଗାଁର ଗୁରୁବାରି ଟୁଡୁ (୨୨) ଓ ଶର୍ବଣା ଗାଁର ସରୋଜିନି ବେହେରା(୨୪) । ଗୁରୁତରମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଆହତମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲ୍ଲାର ବାରିପଦା ସଦର ବ୍ଲକ […]

ahata

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 03:36 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ  ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବଡ଼ପେଟା ଗାଁର ସୁକୁଲ ମୁର୍ମୁ, ମାନସିଂହ ସୋରେନ, ବଡ଼ସାହି ବ୍ଲକର ଓମବାରି ଟୁଡୁ, ଉଡୁରୁବଣି ଗାଁର ଗୁରୁବାରି ଟୁଡୁ (୨୨) ଓ ଶର୍ବଣା ଗାଁର ସରୋଜିନି ବେହେରା(୨୪) ।

ଗୁରୁତରମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଆହତମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜିଲ୍ଲାର ବାରିପଦା ସଦର ବ୍ଲକ ବଡ଼ପେଟା ଗାଁରେ ଆଜି ଗୋଟିଏ ପରିବାରର ଲୋକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ପୋଖରୀରେ ଗାଧୋଉଥିବା ବେଳେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ବଡ଼ସାହି ବ୍ଲକର ଗୁଡ଼ିଆଳବନ୍ଧରେ ରାସ୍ତାକାମ ଚାଲୁଥିବା ବେଳେ ବଜ୍ରପାତ ହେବାରୁ ଶ୍ରମିକ ଓମବାରି ଟୁଡୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଜଣେ ଆହତ ହୋଇଛନ୍ତି।

ସେହିପରି ଉଦଳା ବ୍ଲକର ଉଡୁରୁବଣି ଗାଁର ଗୁରୁବାରି ଟୁଡୁ ଘର ପିଣ୍ଡାରେ ବସିଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି।

କପ୍ତିପଦା ବ୍ଲକର ଶର୍ବଣା ଗାଁର ସରୋଜିନି ବେହେରା ଘରେ ବସିଥିବା ବେଳେ ବଜ୍ରପାତ ହେବାରୁ ପ୍ରାଣ ହରାଇଛନ୍ତି।

Related story