ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପୋଲିସ

Ordigital Desk
  • Published: Saturday, 18 November 2017
  • , Updated: 18 November 2017, 08:01 AM IST
<p>ବାରିପଦା: ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବାରିପଦା ସ୍ଥିତ ବାସଭବନ ଉପରେ&nbsp; ପୋଲିସର ଚଢ଼ାଉ। ଗତକାଲି ବିଳମ୍ୱିତ ରାତିରେ ବାରିପଦା ପୋଲିସ ସହ ଭୁବନେଶ୍ୱର କମିଶନରେଟ୍&zwnj; ପୋଲିସ କୃଷ୍ଣଚନ୍ଦ୍ରଙ୍କ ଘରେ ଚଢାଉ କରିଥିଲେ। ରାତିସାରା ପୋଲିସ କୃଷ୍ଣଚନ୍ଦ୍ରଙ୍କ ଘର ସମ୍ମୁଖରେ ଜଗି ରହିଥିବା ବେଳେ ଆଜି ସକାଳେ ପୋଲିସ ତାଙ୍କୁ ନ ପାଇ ଖାଲି ହାତରେ ଫେରିଯାଇଛି। ଗତ କିଛି ଦିନ ତଳେ ଭୁବନେଶ୍ୱରରେ ଜମି କିଣାବିକା ନେଇ କୃଷ୍ଣଚନ୍ଦ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ&nbsp; ହୋଇଥିଲା।</p> <p>ଜିଲ୍ଲା ସଭାପତିଙ୍କ ଘରେ ପୋଲିସର ଚଢାଉ ଖବର ଜାଣିବା ପରେ ବିଜେପିର କିଛି କର୍ମୀ ତାଙ୍କ ଘର ସମ୍ମୁଖରେ ଭିଡ଼ ଜମାଇଥିଲେ। କୃଷ୍ଣଚନ୍ଦ୍ରଙ୍କୁ ପୋଲିସ ହଇରାଣ କରୁଛି ବୋଲି ବିଜେପି କର୍ମୀମାନେ କହିଛନ୍ତି।</p> <p>କେଉଁ କାରଣରୁ କୃଷ୍ଣଚନ୍ଦ୍ରଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।</p>

Related story