ଦିବ୍ୟାଙ୍ଗଙ୍କୁ ପିଟି ହତ୍ୟା ଅଭିଯୋଗ, ଜଣେ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବଙ୍ଗାଳିଡିହି ଗାଁର ୩ ଜଣ ଯୁବକ ଆଜି ଛୋଟୁ ସିଂ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ପପି ସିଂକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। ବାଲେଶ୍ୱର ଜିଲ୍ଲା ରୂପସା ଅଞ୍ଚଳର ଛୋଟୁ ନିଶାସକ୍ତ […]

dead-body

Rakesh Mallick
  • Published: Monday, 16 January 2017
  • , Updated: 17 January 2017, 01:15 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବଙ୍ଗାଳିଡିହି ଗାଁର ୩ ଜଣ ଯୁବକ ଆଜି ଛୋଟୁ ସିଂ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ପପି ସିଂକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ବାଲେଶ୍ୱର ଜିଲ୍ଲା ରୂପସା ଅଞ୍ଚଳର ଛୋଟୁ ନିଶାସକ୍ତ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଙ୍ଗାଳିଡିହି ଗାଁର ପପିଙ୍କ ସମେତ ୩ ଜଣ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଛୋଟୁଙ୍କର ମୃତ୍ୟୁ ଘଟିଥିଲା।

Related story