ବ୍ରହ୍ମପୁରରୁ ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ବ୍ରହ୍ମପୁର: ବ୍ରହ୍ମପୁରରେ ଆଜି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍‌ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ପ୍ରାୟ ଏକ ହଜାର ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଦକ୍ଷିଣ ଭାରତର ରାମେଶ୍ୱରମ୍‌ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀଙ୍କ ସହିତ ନୋଡାଲ ଅଫିସରଙ୍କ ସହ ଏକ ମେଡିକାଲ ଦଳ ମଧ୍ୟ ଗସ୍ତ କରିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। […]

yajana

Rakesh Mallick
  • Published: Monday, 25 July 2016
  • , Updated: 25 July 2016, 09:26 PM IST

ବ୍ରହ୍ମପୁର: ବ୍ରହ୍ମପୁରରେ ଆଜି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍‌ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ପ୍ରାୟ ଏକ ହଜାର ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଦକ୍ଷିଣ ଭାରତର ରାମେଶ୍ୱରମ୍‌ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀଙ୍କ ସହିତ ନୋଡାଲ ଅଫିସରଙ୍କ ସହ ଏକ ମେଡିକାଲ ଦଳ ମଧ୍ୟ ଗସ୍ତ କରିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବ୍ରହ୍ମପୁରରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ କଳାପତାକା ପ୍ରଦର୍ଶନ କରିଥିଲେ। ସେହିପରି ବ୍ରହ୍ମପୁର ଷ୍ଟେସନ ଭିତରେ ଜଣେ ବିଜେପି କର୍ମୀ କଳାପତାକା ଦେଖାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କୁ ପୋଲିସ କାବୁ କରି ବାହାରକୁ ନେଇଯାଇଥିଲା। ଏହି ସମୟରେ କିଛି ବିଜେଡି ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଶୁଭାରମ୍ଭ ନେଇ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି,“ଏହା ଏକ ସୁନ୍ଦର ଯୋଜନା। ୨୦୧୪ ମସିହାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସୀଙ୍କୁ ଯେଉଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ସାକାର ହୋଇଛି।”

ତୀର୍ଥଯାତ୍ରୀ ଗଙ୍ଗାଧର ଦାସ କହିଛନ୍ତି,“ରାଜ୍ୟ ସରକାରଙ୍କ ଠାରୁ ଏପରି ଏକ ସହଯୋଗ ପାଇବି ବୋଲି ମୁଁ କେବେ ଭାବି ନ ଥିଲି। ଯେହେତୁ ରାଜ୍ୟ ସରକାର ତାଙ୍କ ନିଜ ଖର୍ଚ୍ଚରେ ଟ୍ରେନ୍‌ରେ ବରିଷ୍ଠ ନାଗରିକଙ୍କୁ ଦକ୍ଷିଣ ଭାରତ ତୀର୍ଥଯାତ୍ରାରେ ନେଉଛନ୍ତି ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।”

ଶକୁନ୍ତଳା ଶତପଥୀ କହିଛନ୍ତି,“ମୁଁ ଦକ୍ଷିଣ ଭାରତ କେବେ ଯାଇନାହିଁ। ଖବରକାଗଜରେ ପଢିଲି ଯେ ରାଜ୍ୟ ସରକାର ଏପରି ଏକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରୁଛନ୍ତି। ତେଣୁ ମୁଁ ଓ ପୁଅ ସହ ଟ୍ରେନ୍‌ ତୀର୍ଥଯାତ୍ରା ପାଇଁ ବାହାରିଛି। ଭାବୁଛି ଯାତ୍ରା ସୁଖଦ ହେବ।”

Related story